ନୂଆଦିଲ୍ଲୀ: ଲାଲକିଲ୍ଲା ବ୍ଲାଷ୍ଟରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି । ୨ ବର୍ଷ ଧରି ଚାଲିଥିଲା ଭୟଙ୍କର ଷଡ଼ଯନ୍ତ୍ର । ଏକାଧିକ ସହରକୁ ଉଡାଇବାକୁ ହୋଇଥିଲା ପ୍ଲାନ । ବ୍ଲାଷ୍ଟ ହେବା ପୂର୍ବରୁ ଗୋଟିଏ ପରେ ଗୋଟିଏ ସ୍ଥାନକୁ ଯାଇ ରେକି କରିଥିଲେ ବିସ୍ଫୋରଣକାରୀ । ୨ ବର୍ଷ ହେବ ବିପୁଳ ପରିମାଣ ଆମୋନିଆ ନାଇଟ୍ରେଟ ବିସ୍ଫୋରକ ଯୋଗାଡ଼ ହେଉଥିଲା । ଗିରଫ ୟୁପି ଡାକ୍ତର ଶାହିନ୍ ଶାହିଦଙ୍କ ବୟାନରେ ଏହି ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି । ସେପଟେ ଘଟଣାସ୍ଥଳରେ ଏନଆଇଏ ଛାନଭିନ କରିଛି । ଫରିଦାବାଦର ଆତଙ୍କୀ ମୋଡ୍ୟୁଲ ସହ ସଂପୃକ୍ତି ଅଭିଯୋଗରେ ଗତକାଲି ଗିରଫ ହୋଇଥିଲୋ ୟୁପି ଡାକ୍ତର ଶାହିନ୍ ଶାହିଦ୍ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଡାକ୍ତର ଶାହିନ୍ ଭାରତରେ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ମହିଳା ଶାଖାର ମୁଖ୍ୟ ଥିଲେ । ତାଙ୍କୁ ଜୈସ୍ର ମହିଳା ସଙ୍ଗଠନ ଜମାତ୍-ଉଲ୍ମୋମିନାତ୍ର ଦାୟିତ୍ୱ ମିଳିଥିଲା । ସେ ଆଜି ଏକ ବଡ଼ ଖୁଲାସା କରିଛନ୍ତି । ଫରିଦାବାଦ ମୋଡ୍ୟୁଲରେ ଗିରଫ ହୋଇଥିବା ଡାକ୍ତର ମୁଜାମ୍ମିଲ ଅହମ୍ମଦ, ଅଦିଲ ମଜିଦ ଏବଂ ଶାହିନ ଶାହିଦ୍ ସାମଲ ଥିଲେ । ପଚରାଉଚରାରେ ଶାହିନ ସ୍ୱୀକାର କରିଛନ୍ତି ଉମର ଦେଶରେ ଅନେକ ସହରରେ ଆତଙ୍କୀ ହମଲା କରିବାକୁ କହୁଥିଲା । ସେ ସବୁ ଅଲ-ଫଲାଲ ମେଡାକାଲ କଲେଜ, ଫରିଦାବାଦ ସହିତ କାମ କରୁଥିଲା । ଏହାପରେ ବୈଠକରେ ଆତଙ୍କୀ ଗତିବିଧି ଯୋଜନା ଉପରେ ଚର୍ଚ୍ଚା ହେଉଥିଲା । ଉମର, ମୁଜମ୍ମିଲ ଏବଂ ଅଦିଲ ପ୍ରାୟ ୨ ବର୍ଷ ହେବ ଆର୍ମୋନିୟନ ନାଇଟ୍ରେଟ ପରି ବିସ୍ଫୋରକ ଯୋଗଡ କରୁଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଜୈଶ-ଇ-ମହମ୍ମଦ ନିର୍ଦ୍ଦେଶରେ ଦେଶରେ ବଡ଼ ଆତଙ୍କୀ ଆକ୍ରମଣ କରିବା ।
ଗିରଫ ଡାକ୍ତରଙ୍କୁ ପଚରାଉଚରାରେ ଜୈଶ-ଇ ମହମ୍ମଦର ଏକ ବଡ଼ ନେଟୱାର୍କର ଖୁଲାସା ହୋଇଛି । ଶାହିନ କହିଛି ଯେ, ତାଙ୍କ ଭାଇ ପବଭେଜ ସଇଦ ବି ସେହି ଗ୍ରୁପର ସଦସ୍ୟ ଥିଲା ଯେଉଁଥିରେ ମଜମ୍ମିଲ ଏବଂ ଅଦିଲ ସାମିଲ ଥିଲେ । ଜାମ୍ମୁକାଶ୍ମୀର ପୁଲିସ ଲକ୍ଷୌରୁ ପରଭେଜରୁ ହେପାଜତରେ ନେଇଛି ।ଶାହିନ୍ ପ୍ରୟାଗରାଜରୁ ଏମ୍ବିବିଏସ୍ କରିଥିଲେ । ୟୁପିଏସ୍ସି ଜରିଆରେ ୨୦୦୬ରେ କାନପୁରର ଗଣେଶ ଶଙ୍କର ବିଦ୍ୟାର୍ଥୀ ମେଡିକାଲ୍ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଥିଲେ । ୨୦୧୩ ଯାଏ ସେଠାରେ ସେ କାମ କରିଥିଲେ । କିନ୍ତୁ ସେହିବର୍ଷ କୌଣସି ସୂଚନା ନ ଦେଇ ହଠାତ୍ କାର୍ଯ୍ୟରୁ ଅନୁପସ୍ଥିତ ରହିଥିଲେ । ଏହାପରେ ୨୦୨୧ରେ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ ।
ଦିଲ୍ଲୀ ବ୍ଳାଷ୍ଟର ମୁଖ୍ୟ ଷଡଯନ୍ତ୍ରକାରୀ ଉମର ଏବଂ ତାରିକଙ୍କୁ i୨୦ କାର ଯୋଗାଇଥିବା କାର ଡିଲର ଅମିକୁ ଅଟକ ରଖିଛି ପୁଲିସ । ଫରିଦାବାଦ ପୁଲିସ ସହାୟତାରେ ତାଙ୍କୁ ରୟାଲ କାର ପ୍ଲାଜା ଅଫିସରୁ ଉଠାଇ ନେଇ ପଚରାଉଚରା ଚାଲିଛି । i୨୦ କାର କିଏ କିଣିଥିଲା ଏବଂ ଉମର କିପରି ଡିଲରଙ୍କ ସହ ସମ୍ପର୍କରେ ଆସିଥିଲେ ସେନେଇ ପଚରାଉଚରା କରାଯାଉଛି । ଡିଲରଙ୍କୁ କାରର ସମ୍ପୂର୍ଣ୍ଣ ବିବରଣୀ ପଚରାଯାଉଛି । ବିସ୍ଫୋରଣ ଘଟଣାରେ ଶ୍ରୀନଗରରେ ଆଉ ଜଣେ ଡାକ୍ତର ତଜାମୁଲ ମଲିକ ଅଟକ ରଖି ପଚରାଉଚରା ଜାରି ରହିଛି ।
ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣସ୍ଥଳରେ NIAର ଛାନଭିନ କରିଛି । ଆତଙ୍କୀ ସଂଗଠନ ସମ୍ପୃକ୍ତି ନେଇ ଖୋଳତାଡ଼ ଚାଲିଛି । ଭୁଟାନରୁ ଫେରି ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଛି ବଡ଼ି ନଷ୍ପିତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁସାରେ ଦିଲ୍ଲୀ ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । କିଛି ଲୋକଙ୍କର ପରିଚୟ ମିଳିଛି କିଛି ଜଣଙ୍କର ମିଳିନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ହେଲେ ସେ ପରିବାର କେମିତି ବଞ୍ଚିବେ ଯିଏ ସେମାନଙ୍କ ସମ୍ପର୍କୀୟ ହରାଇଛନ୍ତି । ଘଟଣାର ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରାଯାଇଛି । ୟୁଏପିଏ ଆଧାରରେ ମାମଲା ରୁଜୁ ହୋଇଛି । ଦିଲ୍ଲୀ ବିସ୍ଫୋରଣକୁ ନେଇ ଏବେ ୪ଟି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ବିସ୍ଫୋରଣ କିପରି ହେଲା ? ଆତଙ୍କବାଦୀ ଆକ୍ରମଣ କି ? କାର୍ର ମାଲିକ କିଏ ? ଏବଂ କିଏ ଥିଲା ଟାର୍ଗେଟ ?
