ଭୁବନେଶ୍ଵର, ୩୦/୧୦ : ୩ ଦିନରେ ଦିଅ ବାତ୍ୟା ମୋନ୍ଥା କ୍ଷୟକ୍ଷତି ଆକଳନ ରିପୋର୍ଟ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶ। ଆଜିଠୁ ବାତ୍ୟା କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ଧାନ, କପା, ପନିପରିବା ଚାଷ କ୍ଷତି ହୋଇଥିବା ସୂଚନା ଆସିଛି। ଓଡ଼ିଶା ବାତ୍ୟାରୁ ବର୍ତ୍ତିଯାଇଛି। ଆଦୌ ବିଚଳିତ ହୁଅନ୍ତୁ ନାହିଁ, ଖୁବଶୀଘ୍ର ସହାୟତା ରାଶି ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଆଜି ବର୍ଷା ସମ୍ଭାବନା ଅଛି। ଅମଳ ସମୟ ଥିବାରୁ କପା ଏବଂ ଧାନ ଚାଷର କ୍ଷୟକ୍ଷତି ହୋଇଛି। କିଛି ସ୍ଥାନରେ ଘର ଭାଙ୍ଗିଛି। ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଜିଲ୍ଲାରେ କ୍ଷୟକ୍ଷତି ହୋଇନାହିଁ, ସେହି ଜିଲ୍ଲାରୁ ରାଜସ୍ୱ ଅଧିକାରୀଙ୍କୁ ଆକଳନ ପାଇଁ ନିୟୋଜିତ କରାଯିବ। ଭୂ-ସ୍ଖଳନ ଗୋଟେ ବଡ଼ ସମସ୍ୟା ହୋଇ ଉଭା ହେଲାଣି। ପ୍ରାକୃତିକ ବିପର୍ଯୟ ଲାଗି ପଥର ଖସୁଛି। ପଥର ଖସିବାରେ ସବୁଠୁ ସମ୍ବେଦନଶୀଳ ଗଜପତି ଜିଲ୍ଲା।
