କଟକ : ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା। କଟକ ଜିଲ୍ଲାର ୬ ବ୍ଲକ୍ ଏଡିଇଓଙ୍କ ଦରମା ବନ୍ଦ। ୬ଟି ବ୍ଲକ୍ର ସମସ୍ତ ପଞ୍ଚାୟତର ଏଡିଇଓଙ୍କ ୩ ମାସର ଦରମା ବନ୍ଦ ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁଯାୟୀ, ଆଠଗଡ଼, ବାଙ୍କୀ, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନରସିଂହପୁର, ଟାଙ୍ଗୀ ଏଡିଇଓଙ୍କ ଅକ୍ଟୋବରରୁ ଡିସେମ୍ବର ଦରମା ବନ୍ଦ ପାଇଁ କଟକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଡିଇଓଙ୍କ ପ୍ରଦର୍ଶନ ଭଲ ନ ଥିବା ଦର୍ଶାଇ ଦରମା ବନ୍ଦ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। କିଛି ମାସ ପୂର୍ବରୁ କାର୍ଯ୍ୟରେ ଅବହେଳା ଯୋଗୁଁ କିଛି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ ହୋଇଥିଲା। ମନରେଗା ଟାର୍ଗେଟ୍ ପୂରଣ କରିନଥିବାରୁ ଦରମା ବନ୍ଦ ହୋଇଥିଲା।
