ଭୁବନେଶ୍ବର : ଏସଆଇ ପରୀକ୍ଷା ସ୍କାମରେ କ୍ରାଇମବ୍ରାଞ୍ଚ ଛୋଟ ଛୋଟ ଅପରାଧିଙ୍କୁ ଧରି କ୍ରେଡ଼ିଟ ନେବାକୁ ଚାହୁଁଛି । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ଦୁଇ ଅଭିଯୁକ୍ତ ମୁନା ମହାନ୍ତି ଓ ରିଙ୍କୁ ମହାରଣାକୁ ଧରିଛନ୍ତି । ହେଲେ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ଧରି ପାରୁନି କ୍ରାଇମବ୍ରାଞ୍ଚ୍ । ଏବେ ଶଙ୍କର ପୃଷ୍ଟିଙ୍କ ଦୁଇ ଆସୋସିଏଟଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ । ଏହା ଓଡ଼ିଶା ପୋଲିସ ରିକୃଟମେଣ୍ଟ ବୋର୍ଡ, ଗୃହ ବିଭାଗ ଅଧିନରେ ଏହି ପରୀକ୍ଷା ଆୟୋଜିତ ହେବାକୁ ଥିଲା । ପରେ ବିଭାଗ ପକ୍ଷରୁ ଜଣେ ସେଣ୍ଟ୍ରାଲ ପିଏସୟୁ ITI ଲିମିଟେଡକୁ ଏହି ଦାୟିତ୍ଵ ଦିଆଯାଇଥିଲା । ଏହା ପୂର୍ବରୁ ସଂପୃକ୍ତ ଅନୁଷ୍ଠାନ ବିରୁଦ୍ଧରେ ବହୁବାର ଅପରାଧିକ ମାମଲା ରହିଛି ବୋଲି କହିଛି ବିଜେଡି । ଏହାପରେ ITI LIMETED ଭୁବନେଶ୍ୱର ଏବଂ ପରେ ସିଲିକନ୍ ଟେକଲ୍ୟାବକୁ ଏହି ଦାୟିତ୍ଵ ଦିଆଯାଇଥିଲା । ଯାହା ଶଙ୍କର ପୃଷ୍ଠିଙ୍କ ନିଜ ଅନୁଷ୍ଠାନ । ଏହା ଏକ ବଡ଼ ଲୁଟ । ଏହାକୁ ସିବିଆଇକୁ ଦେବା ପାଇଁ ଦାବି କରିଛି ବିଜେଡି । କ୍ରାଇମ୍ ବ୍ରାଞ୍ଚ ମିଛ ନାଟକ କରୁଛି ବୋଲି ଅଭିଯୋଗ ଆଣିଛି ବିଜେଡି ।
