ବାସୁଦେବପୁର,୧୫/୧୦: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ କୃଷି ଅଧିକାରିଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବ୍ଲକ୍ କୃଷି ଅଧିକାରିଣୀ ନିହାରିକା ଦଳେଇ (୩୭) ତାଙ୍କ ଭଡ଼ା ଘରେ ଜୀବନ ହାରିଛନ୍ତି । ସକାଳେ ନିହାରିକା ଝିଅକୁ ବିଦ୍ୟାଳୟରେ ଛାଡିଥିଲେ । ଏହା ପରେ ବାଲିନଗର ସ୍ଥିତ ତାଙ୍କ ଭଡ଼ା ଘରକୁ ଆସିଥିଲେ । ଏହାପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେ ଭିତରୁ କବାଟ ଦେଇ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଥିବା କୁହାଯାଉଛି । ଘରକୁ କ୍ଷୀର ଦେବାକୁ ଆସିଥିବା ଯୁବକ କବାଟ ବନ୍ଦ ଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ । ସ୍ଥାନୀୟ ଲୋକେ ପହଞ୍ଚି ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ସ୍ଥାନୀୟ ତହସିଲଦାର ପ୍ରିୟବ୍ରତ ଦାଶଙ୍କ ଉପସ୍ଥିତିରେ ଘର କବାଟ ଭାଙ୍ଗିଥିଲେ । ଭିତରକୁ ଯାଇ ନିହାରିକାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି । ନିହାରିକା ଦଳେଇ ଦୁର୍ଗାପୂଜା ଠାରୁ ଛୁଟିରେ ଥିବା ଜଣାପଡିଛି ।
