ଖୋର୍ଦ୍ଧା ୧୫/୧୦: ବେଗୁନିଆ ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ସ୍ମୁତି ଜୟସିଂହ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି କିସମ ସଂଶୋଧନ କରାଇଦେବା ନା’ରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।ସୂଚନା ଅନୁସାରେ, ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଜମିର କିସମ ସଂଶୋଧନ କରାଇଦେବା ପାଇଁ ସ୍ମୁତି ୮ହଜାର ଟଙ୍କା ନେଉଥିଲେ। ଏହି ସମୟରେ ଖୋର୍ଦ୍ଧା ଓ ଭୁବନେଶ୍ୱର ମିଳିତ ଭିଜିଲାନ୍ସ ଟିମ ଚଢାଉ କରି ୮ ହଜାର ଟଙ୍କା ଜବତ କରିଥିଲେ।
