ମହାକାଳପଡ଼ା, ୧୦/୦୯: ଆୟଠାରୁ ୧୯୦% ଅଧିକ ସମ୍ପତ୍ତି ଠୁଳ କରିବା ପଡ଼ିଲା ମହଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା । ଆଜି ଅର୍ଥାତ ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗୁରୁବାର ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ରେଡ୍ ବେଳେ ବିପୁଳ ସମ୍ପତ୍ତି ଠାବ କରାଯାଇଥିଲା । ଚଢାଉ ବେଳେ ୪ କୋଠା, ୭ ପ୍ଲଟ୍, ୧୮ ଲକ୍ଷ ଜମା, ନଗଦ ୧.୫୫ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ଯାହାକୁ ନେଇ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ତେଣୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
