ଭୁବନେଶ୍ୱର : କମିଥିଲା ପୁଣି ବଢିଲା ସୁନା ଦର । ୨୪ କ୍ୟାରେଟ ୧୦ ଗ୍ରାମ୍ ସୁନା ଦର ୧,୧୪,୮୮୦ ଟଙ୍କା ରହିଛି । ଗତକାଲି ୧,୧୪,୪୪୦ ଟଙ୍କା ଥିଲା । ଏଥିରେ ୪୪୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୦୫,୩୦୦ ଟଙ୍କା ରହିଛି । ଗତକାଲି ୧,୦୪,୯୦୦ ଟଙ୍କା ରହିଛି । ଏଥିରେ ୪୦୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୮୬,୧୬୦ ଟଙ୍କା ରହିଛି । ଗତକାଲି ୮୫,୮୩୦ ଟଙ୍କା ଥିଲା । ଏଥିରେ ୩୩୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୫,୩୦୦ ଟଙ୍କା ରହିଛି । ଗତକାଲି ୧୫,୦୦୦ ଟଙ୍କା ଥିଲା । ଏଥିରେ ୩୦୦ ଟଙ୍କା ବୃଦ୍ଧି ହୋଇଛି ।
