ରାୟଗଡ଼ା: ରାୟଗଡା କାଶିପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଆଜି ଚଢାଉ କରାଯାଇ ରେଞ୍ଜରଙ୍କ ୫ କୋଠା ସହ ୯ଟି ପ୍ଲଟ୍ ଠାବ କରାଯାଇଛି। ରେଞ୍ଜରଙ୍କର କନ୍ଧମାଳ ଜିଲ୍ଲାରେ ୪ ଏବଂ ବ୍ରହ୍ମପୁରରେ ଗୋଟିଏ କୋଠା, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ରେଞ୍ଜରଙ୍କର ୯ଟି ପ୍ଲଟ୍ ରହିଛି। ବୀମା ଏବଂ ବ୍ୟାଙ୍କ୍ ଜମାର ମଧ୍ୟ ତଦନ୍ତ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ୭ ଘଣ୍ଟାର ଚଢାଉ ପରେ ଅଟକ ରଖି ତାଙ୍କୁ ରାୟଗଡା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।
ସୂଚନା ମୂତାବକ ଆଜି ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡା କାଶିପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଚଢାଉ କରାଯାଇଛି। ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଆଜି ଭୋରରୁ କାଶୀପୁର ରେଞ୍ଜ ଅଫିସ, ବାସଭବନ ସମେତ ରାଜ୍ୟର ୯ଟି ସ୍ଥାନରେ ଚଢାଉ କରିଥିଲା। ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ୭ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୯ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ଚଢାଉରେ ସାମିଲ ଥିଲେ।
