ନୂଆଦିଲ୍ଲୀ : ଏବେ ହୋମୀ ଅଦାଜାନିଆଙ୍କ ଲାଟେଷ୍ଟ ଫିଲ୍ମ ‘କକଟେଲ ୨’ର ଚର୍ଚ୍ଚା ଚାରିଆଡ଼େ ହେବାରେ ଲାଗିଛି । ଫିଲ୍ମର ଆନାଉନ୍ସମେଣ୍ଟ ପରେ ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଅଜବ ଉତ୍ସାହ ଦେଖିବାକୁ ମିଳୁଛି । ପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ହୋମୀ ଅଦାଜାନିୟା ନିଜ ଫିଲ୍ମର ଷ୍ଟାରକାଷ୍ଟର କେତେକ ବିଟିଏସ ଫଟୋ ଏବଂ ଭିଡ଼ିଓ ସେୟାର କରିଥିଲେ । ଯାହା ସୋସିଆଲ ମିଡ଼ିଆାରେ ଖୁବ୍ ଭାଇରାଲ ହୋଇଛି । ଏବେ ପୁଣି ଥରେ ଫ୍ୟାନ୍ସ ନିଜର ମନ ପସନ୍ଦର ଅଭିନେତ୍ରୀଙ୍କୁ ସୁଟିଂ କରୁଥିବା ସ୍ପଟ କରିଛନ୍ତି ଏବଂ ପୁଣି ଥରେ ଫିଲ୍ମର ଷ୍ଟାରକାଷ୍ଟର ଫଟୋ ଇଣ୍ଟରନେଟରେ ଛାଇ ଯାଇଛି । ଏହି ସମୟରେ କକଟେଲ ୨ର ଷ୍ଟାରକାଷ୍ଟ ଇଟାଲୀରେ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଠାରେ ରଶ୍ମିକାଙ୍କୁ ନୂଆ ଲୁକରେ ସ୍ପଟ୍ କରିଛନ୍ତି ଏବଂ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଫିଲ୍ମର ଷ୍ଟାରକାଷ୍ଟ ତଥା ଶାହିଦ କପୁର, କୃତି ସେନନ ଏବଂ ରଶ୍ମିକା ମନ୍ଦାନାଙ୍କୁ କଲରଫୁଲ କଷ୍ଟ୍ୟୁମ ଏବଂ ନୂଆ ଲୁକରେ ଦେଖାଯାଇଛି । ପ୍ରକାଶ ଯେ, ଫିଲ୍ମର ସୁଟିଂ ଇଟାଲୀର ସିସଲୀରେ ଚାଲୁ ରହିଛି । ଭାଇରାଲ ଭିଡ଼ିଓରେ ରଶ୍ମିକା ମନ୍ଦାନାଙ୍କୁ ବହୁତ ସୁନ୍ଦର ଭାବେ ନୂଆ ଲୁକରେ ଦେଖାଯାଉଛି । ଫିଲ୍ମର ସୁଟିଂ ସମୟରେ ରଶ୍ମିକା ମନ୍ଦାନାଙ୍କ ନୂଆ ହେୟରଷ୍ଟାଇଲ ଏବଂ ଷ୍ଟାଇଲିଶ ଅନ୍ଦାଜ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଛି । ଏହି ଭିଡ଼ିଓ ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ବିଗୁଣିତ କରି ଦେଇଛି ଏବଂ ଫିଲ୍ମକୁ ଫ୍ୟାନ୍ସମାନେ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ସେହିଭଳି ଅନ୍ୟପଟେ କୃତି ସେନନ ଏବଂ ଶାହିଦ କପୁରଙ୍କ ଫଟୋ ବି ଭାଇରାଲ ହେବାରେ ଲାଗିଛି । ସୈଫ ଅଲୀ ଖାନ, ଦୀପିକା ପାଦୁକୋନ ଏବଂ ଡାୟନା ପ୍ୟାଟିଙ୍କ କକଟେଲ ୨୦୧୨ରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ମଡ଼ର୍ନ ରୋମାଣ୍ଟିକ ଥିମ୍, ମ୍ୟୁଜିକ ଏବଂ ଷ୍ଟାଇଲକୁ ବହୁ ଭଲ ଭାବେ ଦର୍ଶାଯାଇଥିଲା ଏବଂ ଏହାକୁ ନେଇ ଅଡିଏନ୍ସଙ୍କ ବହୁତ ଭଲ ପାଇବା ମିଳିଥିଲା ।
