ସ୍ୱାମୀଠୁ ଅଲଗା ହେବାର ଖୁସି। ଯେଉଁ ସମ୍ପର୍କରେ ଶାନ୍ତି ନାହିଁ ସେ ସମ୍ପର୍କ ଠାରୁ ଅଲଗା ହେବା ସବୁଠୁ ଭଲ। ଆଉ ଏହି ବିବାହ ବିଚ୍ଛେଦ ଖୁସିରେ ଅଭିନେତ୍ରୀ କରିଛନ୍ତି ଫଟୋ ସୁଟ୍। ରେଡ୍ କର୍ଲର ଲଙ୍ଗ ଡ୍ରେସରେ ଫଟୋସୁଟ୍ କରିବା ସହ ଅଭିନେତ୍ରୀ ବେଶ ଖୁସିଥିବା ଦେଖିବାକୁ ମିଳିଛି।
ତାମିଲ ଧାରାବାହିକର ଅଭିନେତ୍ରୀ ମୁଲୁମା ମାଲାରୁମର ଅଭିନେତ୍ରୀ ଶାଲିନି କରାଇଛନ୍ତି ଡିଭୋର୍ସ ଫଟୋସୁଟ୍। ଏହି ଫଟୋକୁ ସେ ସୋସିଆଲ ମିଡିଆରେ ସେୟାର କରିବା ସହ ସ୍ୱାମୀଠୁ ଅଲଗା ହେବା କଥା ମଧ୍ୟ କହିଛନ୍ତି। ଅଭିନେତ୍ରୀଙ୍କ ବିବାହ ବିଚ୍ଛେଦ ଫଟୋସୁଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିନେତ୍ରୀ ଏହି ଫଟୋସୁଟ୍ରେ ବିଭିନ୍ନ ପ୍ରକାର ପୋଜ ଦେବା ସହ ଡିଭୋର୍ସର ଖୁସି ମଧ୍ୟ କୋଟେସନ ଆକାରରେ ହାତରେ ଧରିଛନ୍ତି। ଏକ ଫଟୋରେ ସେ ବିବାହର ଫଟୋ ଚିରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଗୋଟେ ସାଇନ୍ ବୋର୍ଡ ଧରି ଅଭିନେତ୍ରୀ ମଧ୍ୟ ଫଟୋସୁଟ୍ କରିଛନ୍ତି ଯେଉଁଥିରେ ଲେଖାଯାଇଛି ମୋ ପାଖରେ ୯୯ ସମସ୍ୟା ଅଛି ଏଥିରୁ ସ୍ୱାମୀ ଏଥିରୁ ଗୋଟିଏ ବିି ନୁହେଁ। ଫଟୋଗୁଡ଼ିକ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, “ସ୍ୱରହୀନ ଅନୁଭବ କରୁଥିବା ଲୋକଙ୍କ ପାଇଁ ଜଣେ ଛାଡପତ୍ରପ୍ରାପ୍ତ ମହିଳାଙ୍କର ଏକ ବାର୍ତ୍ତା। ଏକ ଖରାପ ବିବାହ ଛାଡିବା ଠିକ୍ ଅଛି କାରଣ ଆପଣ ଖୁସି ରହିବାକୁ ଯୋଗ୍ୟ। ଆପଣଙ୍କ ଜୀବନକୁ ନିୟନ୍ତ୍ରଣ କରନ୍ତୁ ଏବଂ ନିଜ ଏବଂ ଆପଣଙ୍କ ପିଲାମାନଙ୍କ ପାଇଁ ଏକ ଭଲ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଆବଶ୍ୟକୀୟ ପରିବର୍ତ୍ତନ କରନ୍ତୁ। ଛାଡପତ୍ର ଏକ ବିଫଳତା ନୁହେଁ !!! ଏହା ଆପଣଙ୍କ ପାଇଁ ଏକ ମୋଡ଼ ଏବଂ ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଉପାୟ। ବିବାହ ଛାଡି ଏକା ଠିଆ ହେବା ପାଇଁ ବହୁତ ସାହସ ଆବଶ୍ୟକ, ତେଣୁ ମୁଁ ଏହାକୁ ମୋର ସମସ୍ତ ସାହସୀ ମହିଳାଙ୍କୁ ଉତ୍ସର୍ଗ କରୁଛି।” ଶାଲିନୀ ତାଙ୍କ ସ୍ୱାମୀ ରିଆଜଙ୍କୁ ଜୁଲାଇ ୨୦୨୦ ରେ ବିବାହ କରିଥିଲେ। ସେମାନଙ୍କ ଝିଅ ରିଆଙ୍କ ଜନ୍ମ କିଛି ସମୟ ପରେ ହୋଇଥିଲା, କିନ୍ତୁ, ଅଭିନେତ୍ରୀ କିଛି ମାସ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ଉପରେ ମାନସିକ ଏବଂ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏପରି ପରିସ୍ଥିତିରେ, ସେ ଛାଡପତ୍ର ବାଛିଥିଲେ। ଶାଲିନୀ ଟିଭି ଧାରାବାହିକ ମୁଲୁମା ମାଲାରୁମ ସହିତ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ସେ ଶେଷ ଥର ପାଇଁ ରିଆଲିଟି ଶୋ ସୁପର ମମରେ ଦେଖାଯାଇଥିଲେ।
