କେନ୍ଦୁଝର: ଶେଷରେ କଣ ଆଖି ଏହା ଦେଖିବାକୁ ରହିଥିଲା ଯେ ରାଜ୍ୟର ଖଣିସ୍କ୍ଵାଡ଼ ପବିତ୍ର ସାହୁ ହେଉକି ବିଶ୍ବରଞ୍ଜନ ରାସ୍ତାରେ ବସି ଟ୍ରକ-ଖଲାସୀଙ୍କୁ ଜଗିବେ? କାରଣ ଏହି ଅଲାଜୁକ ଦୁର୍ନୀତିଖୋର ଦୁଇ ଖଣିସ୍କ୍ଵାଡ଼ ମଧ୍ୟରୁ ପବିତ୍ରକୁ ଏମିତି ପଇସା ବିକଳିଆ ଘାରିଲା ଏବେ ରାସ୍ତାରେ ବସି ଟ୍ରକ ଖଲାସୀଙ୍କ ଠାରୁ ପଇସା ଆଦାୟ କରିବାରେ ଲାଗିଛି। ତେବେ ଖଣିସ୍କ୍ଵାଡ଼ ବନିବା ଦିନରୁ ମାଳମାଳ ଅସାଧୁ ଖଣିକମ୍ପାନୀ ଠାରୁ ଆରମ୍ଭ କରି ନିରୀହ ଟ୍ରକ ଡ୍ରାଇଭରଙ୍କୁ ଧରି ରାସ୍ତା କଡ଼ରେ ନାହିଁନଥିବା ହଇରାଣ ହରକତ କରି ଚାଲୁଚି। ଏପରିକି ନିଜର ମାନ ସମ୍ମାନକୁ ତିଳେମାତ୍ର ଖାତିର ନକରି ନୀଚ୍ଚ ପ୍ରବୃତ୍ତିର କାମ କରିବାକୁ ସେ କେବେବି କୁଣ୍ଠାବୋଧ କରିନଥାଏ। ପୁନଃ ସମାନ ଢଙ୍ଗରେ ଯାଞ୍ଚ ପକ୍ରିୟାକୁ ଭ୍ରମାତ୍ମକ ଦିଗରେ ନେଇ ମହାଦୁର୍ନୀତିଖୋର ତଥା ଲୁହାପଥର ଚୋର ଡ଼ିଡ଼ିସିଏ-ସୋରେନ ଏବଂ ଘୋଟାଲା ଟିମକୁ ଖସାଇ ନିଜର ବାକିତକ ମାନମହତ ସମଗ୍ର ରାଜ୍ୟବାସୀଙ୍କ ଆଗରେ ତଳେ ପକାଇଛି ଖଣିସ୍କ୍ଵାଡ଼ ପବିତ୍ର ସାହୁ ବୋଲି ଚର୍ଚ୍ଚା ହେଉଛି।
