ବାଲେଶ୍ୱର, : ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ୧୬ନଂ ଜାତୀୟ ରାଜପଥ ଜାରକାପଦା ଠାରେ ରବିବାର ବିଳମ୍ଵିତ ରାତିରେ ମାର୍ବଲ ମିସ୍ତ୍ରୀଙ୍କୁ ହତ୍ୟା। ମୃତକ ଜଣଙ୍କ ଶିଳ୍ପାଞ୍ଚଳ ଥାନା ନାଇକା ଗ୍ରାମର ବାପୁନ ଖିଲାର (୨୫ ବର୍ଷ) ବୋଲି ଜଣାପଡ଼ିଛି। ୫ ରୁ ୬ ଜଣ ଦୁର୍ବୃତ୍ତ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ଫେରାର୍ ହୋଇ ଯାଇଛନ୍ତି। ଶିଳ୍ପାଞ୍ଚଳ ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।ସୂଚନାନୁଯାୟୀ, ରବିବାର ବିଳମ୍ଵିତ ରାତିରେ ନାଇକା ଗ୍ରାମର ବାପୁନ ଖିଲାରଙ୍କୁ ୫ ରୁ ୬ ଜଣ ଦୁର୍ବୃତ୍ତ ସଙ୍ଘବଦ୍ଧ ଭାବେ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ବାପୁନଙ୍କୁ ଉଦ୍ଧାର କରି ରେମୁଣା ଏଫଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ବାପୁନଙ୍କ ପରିବାର ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୋମବାର ସକାଳ ୧୧ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାପୁନଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।
