ପୁଣେ: ପୁଣେର ରିୟଲ ଇଷ୍ଟେଟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କୁ ହତ୍ୟା ମାମଲାରେ ପୁଲିସକୁ ନୂଆ ତଥ୍ୟ ମିଳିଛି। ଅଭିଯୁକ୍ତ ସିୟା ଗୋୟଲ ଓ ଚେତନ ଚୌଧୁରୀଙ୍କୁ ଜେରାବେଳେ ପୁଲିସ ଅନେକ ନୂଆ କଥା ଜାଣିବାକୁ ପାଇଛି। ଏହାକୁ ନେଇ ତଦନ୍ତକାରୀ ଦଳ ଚକିତ ହୋଇଯାଇଛି। ସିୟା ପୁଲିସ ଆଗରେ କହିଛି ଯେ, ଚେତନ ମୁଣ୍ଡରେ କେଶ ନଥିଲା ଓ ସେ ଏକ ୱିଗ୍ ପିନ୍ଧୁଥିଲେ। ସିୟା ଏହାକୁ ପସନ୍ଦ କରୁନଥିଲେ, ତେଣୁ ସେ ତାଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ। କେତନ କଥା କହିବା ସମୟରେ ତାଙ୍କ ପାଟି ଲାଗୁଥିଲା, କେତନଙ୍କୁ ବିବାହ ନ କରିବାକୁ ତାଙ୍କ ପାଖରେ ଅନେକ କାରଣ ଥିଲା। ସେ ଚେତନଙ୍କୁ ଭଲ ପାଉଥିଲା। ସୂତ୍ର ଅନୁଯାୟୀ, ବିବାହ ସ୍ଥିର କରିବା ସମୟରେ ସିୟାଙ୍କ ପରିବାର ଲୋକଙ୍କୁ ଏ ସବୁ କଥା ଜଣାଥିଲା, କିନ୍ତୁ ସେମାନେ ଏହାକୁ ସାମାନ୍ୟ କଥା ବୋଲି ଗ୍ରହଣ କରୁଥିଲେ।
କେତନଙ୍କ ବାପା ସ୍ପଷ୍ଟ କରିଛନ୍ତି ଯେ, ସିୟାଙ୍କ ପରିବାରକୁ କେତନଙ୍କ କେଶ ଝଡ଼ିବା ବିଷୟରେ ଅବଗତ କରାଯାଇଥିଲା। ସେମାନେ ଏହାକୁ ଏକ ଚିକିତ୍ସା ସମସ୍ୟା ବୋଲି କହିଥିଲେ। ଯଦି ସିୟା ଏହି କଥାରେ ସହଜ ନଥିଲେ ତେବେ ସେମାନଙ୍କ ପାଖରେ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର ସମସ୍ତ ସୁଯୋଗ ରହିଥିଲା ବୋଲି କେତନଙ୍କ ବାପା କହିଛନ୍ତି। ଅନ୍ୟପକ୍ଷରେ ସିୟାଙ୍କ ବାପା ପ୍ରବୀଣ ଗୋୟଲ କହିଛନ୍ତି, କେତନ ମୋ ପାଇଁ ପୁଅ ପରି ଥିଲେ। କେତନଙ୍କ ମୃତ୍ୟୁ ଆମ ଦୁଇ ପରିବାରକୁ ଭାଙ୍ଗି ଦେଇଛି। ଯଦି ତାଙ୍କ ଝିଅ କେତନଙ୍କୁ ହତ୍ୟା କରିବାରେ ସାମିଲ ଥିବ ତାହାହେଲେ ତାଙ୍କୁ ମଧ୍ୟ ସେହି ଦୁର୍ଗକୁ ନେଇ ତଳକୁ ଠେଲି ଦିଆଯାଉ। ସିୟାଙ୍କ ମା’ ମଧ୍ୟ ତାଙ୍କ ଝିଅ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି। ତଦନ୍ତରୁ ଆହୁରି ଜାଣିବାକୁ ମିଳିଛି ଯେ, କେତନଙ୍କୁ ମାରିବାକୁ ବହୁଥର ଯୋଜନା କରାଯାଇଥିଲା। ମେ ୩୧ ତାରିଖ ଓ ଜୁନ୍ ୧୪ ତାରିଖରେ କେତନଙ୍କୁ ଦୁର୍ଗ ଉପରୁ ଠେଲି ମାରିବାକୁ ସିୟାର ଯୋଜନା ଫେଲ୍ ମାରିବା ପରେ ଚେତନ ରାଗି ଯାଇଥିଲା। ସେ କହିଥିଲା, ତୁମ ଦ୍ବାରା ହେବନାହିଁ, ଏଥର ମୁଁ ଯାଇ ହତ୍ୟା କରିବି। ସେହି ଯୋଜନା ଅନୁଯାୟୀ କେତନଙ୍କୁ ହତ୍ୟା କରାଯାଇଥିଲା। ସୂଚନାଯୋଗ୍ୟ, କେତନ ଅଗ୍ରୱାଲଙ୍କର ଜୁନ୍ ୧୮ ତାରିଖରେ ଲୋହାଗଡ଼ ଦୁର୍ଗ ଉପରୁ ୪୦୦ ଫୁଟ ଗଭୀର ଖାତକୁ ଖସିପଡ଼ି ମୃତ୍ୟୁ ହୋଇଥିଲା। ସିୟା ଓ ଚେତନ ଯୋଜନାବଦ୍ଧଭାବେ ଷଡ଼ଯନ୍ତ୍ର କରି କେତନଙ୍କୁ ଦୁର୍ଗ ଉପରୁ ଖାତକୁ ଠେଲି ହତ୍ୟା କରିଥିଲେ। ଏହି ମାମଲାରେ ଉଭୟ ସିୟା ଓ ଚେତନ ଗିରଫ ହୋଇଛନ୍ତି। କେତନ ଅଗ୍ରୱାଲ ହତ୍ୟା ମାମଲାରେ, ପୁଣେ ଗ୍ରାମୀଣ ପୁଲିସ ଲୋହାଗଡ଼ ଦୁର୍ଗରେ ଅପରାଧ ଦୃଶ୍ୟକୁ ପୁନଃସ୍ଥାପନ କରିବାକୁ ଏକ ଡମି ବ୍ୟବହାର କରିବ ବୋଲି ଜଣାପଡ଼ିଛି। ଏହାସହିତ ସିୟାଙ୍କ ଭାଇକୁ ମଧ୍ୟ ପଚରାଉଚରା କରିବ।
