କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟକୁ ଗ୍ରହଣ କରିପାରୁ ନାହାନ୍ତି ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ । ମମତା ଅଭିଯୋଗ କରିଛନ୍ତି ମୁଁ ନିର୍ବାଚନ ହାରି ନାହିଁ, ବର ୧୦୦ ଆସନରେ ଭୋଟ୍ ଚୋରି ହୋଇଛି । ଆମର ଲଢେଇ କେବଳ ବିଜେପି ସହ ନଥିଲା, ଆମକୁ ଇଲେକ୍ସନ କମିଶନଙ୍କ ସହିତ ବି ଲଢିବାକୁ ପଡିଥିଲା । ନିର୍ବାଚନ କମିଶନଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବରେ ପକ୍ଷପାତପୂର୍ଣ୍ଣ ଥିଲା । ପ୍ରଜାତନ୍ତ୍ରର ହତ୍ୟା କରାଯାଇଛି । ମମତା ସ୍ପଷ୍ଟ କରିଛନ୍ତି ସେ ଲୋକଭବନ ଯାଇ ଇସ୍ତଫା ଦେବେ ନାହିଁ । ମମତା କହିଛନ୍ତି, ମୁଁ ଲୋକଭବନ କାହିଁକି ଯିବି? ଯଦି ଶପଥ ନେବାର ଥାଆନ୍ତା, ତେବେ ମୁଁ ନିଜେ ଯାଇଥାନ୍ତି । ସେମାନେ ଦଖଲ କରିନେଇଛନ୍ତି । କ’ଣ ଆପଣଙ୍କୁ ଲାଗୁଛି ମୁଁ ଇସ୍ତଫା ଦେଇ ଦେବି ? ମୁଁ ଯିବିନି । ମୁଁ ସଡକରେ ଥିଲି । ମୁଁ ସଡକରେ ରହିବି । ସେ କହିଛନ୍ତି, ଇଲେକ୍ସନ ପରେ ଇଭିଏମ୍ ମେସିନ୍ରେ ଚାର୍ଜ ଲଗାଗଲା । ଦୁଇ ଫେଜ୍ରେ ଇଲେକ୍ସନ ହେବାପରେ, ସେମାନେ ଆମ ଲୋକଙ୍କୁ ଆରେଷ୍ଟ କରିବା ଆରମ୍ଭ କରିଦେଇଥିଲେ ଓ ଅଫିସରଙ୍କୁ ଟ୍ରାନ୍ସଫର କରିବା ଆରମ୍ଭ କରିଦେଇଥିଲେ । ସେମାନେ ନିଜ ପାର୍ଟିର ବ୍ୟୁରୋକ୍ରାଟସଙ୍କୁ ନେଇ ଆସନ୍ତୁ । ସେ କହିଛନ୍ତି, ମୁଁ ଏଭଳି ଭାବରେ ନିର୍ବାଚନ କେବେ ଦେଖିନି । ମୁଁ ୨୦୦୪ରେ ଏଭଳି ଅନ୍ୟାୟ ସହିବିନି । ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ, ଉଦ୍ଧବ ଠାକରେ, ହେମନ୍ତ ସୋରେନଙ୍କଠାରୁ ନେଇ ଇଣ୍ଡି ମେଣ୍ଟ ପର୍ଯ୍ୟନ୍ତ ଲୋକେ ମୋ ସହ କଥା ହୋଇଛନ୍ତି । ଅଖିଳେଶ ଯାଦବ କାଲି ଆସୁଛନ୍ତି । ମୋତେ ବୁଥ୍ରୁ ଧକ୍କା ମାରି ବାହାର କରାଯାଉଛି । ମୁଁ ଜଣେ ମହିଳା ହୋଇ ମଧ୍ୟ ମୋ ସହ ଏଭଳି କିପରି ବ୍ୟବହାର କରିପାରନ୍ତି । ଯଦି ମୋ ସହିତ ଏଭଳି ବ୍ୟବହାର ହୁଏ, ତେବେ ଅନ୍ୟ ଲୋକଙ୍କ ସହିତ କିଭଳି ବ୍ୟବହାର କରାଯାଉଥିବ । ଇଣ୍ଡିଆ ମେଣ୍ଟର ନେତା ଆମ ସହ ରହିଛନ୍ତି । ଆମେ ଫାଇଟ୍ ବ୍ୟାକ୍ କରିବୁ । ଏହା ସମ୍ପୂର୍ଣ୍ଣ ଭାବରେ ଗଣତନ୍ତ୍ରର ହତ୍ୟା । ଏଭଳି ମହାରାଷ୍ଟ୍ର ଓ ହରିୟାଣାରେ ନିର୍ବାଚନ ଜିତିଲେ, କିନ୍ତୁ ଆମେମାନେ ଟାଇଗର ଭଳି ଲଢିଛୁ । କେବଳ ସେତିକି ନୁହେଁ ମମତା କହିଛନ୍ତି, ଲୋକମାନେ ନିଷ୍ପତ୍ତି ନେଇଛନ୍ତି, ଆମେ ଆକ୍ସନ ନେବୁ । ଏ ବିଷୟରେ ପରେ ରଣନୀତିର ଖୁଲାସା କରିବୁ । ଆମେ ୧୦ ସଦସ୍ୟଙ୍କ ସହିତ ଏକ ଫାଇଣ୍ଡିଂ କମିଟିର ଗଠନ କରିବୁ । ସେମାନେ ବିଭିନ୍ନ ଅଞ୍ଚଳକୁ ଯିବେ ଓ ଗସ୍ତ କରିବେ । ମମତା କହିଛନ୍ତି, ଆମ କାର୍ଯ୍ୟାଳୟକୁ ଦଖଲ କରି ନିଆଯାଇଛି । ଆମ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଉପରେ ଅତ୍ୟାଚାର ହୋଇଥିଲା । ସେ କହିଛନ୍ତି, କାଲି ଯାହା ଘଟିଲା, ତାହା ବ୍ଲାକ ହ୍ରିଷ୍ଟ୍ରି । ନିର୍ବାଚନ କମିଶନ୍ ସମ୍ପୂର୍ଣ୍ଣ ଭାବରେ ପକ୍ଷପାତୀ । ସେ ଦିଲ୍ଳୀ ନେତୃତ୍ୱରେ କମାକ ରୁଛନ୍ତି । ସେମାନେ କାଉଣ୍ଟିଂ ସେଣ୍ଟରକୁ ହାଇଜ୍ୟାକ୍ କରିଛନ୍ତି । ଆମ ଲୋକ ପୁରା ଦୁନିଆରେ ଅଛନ୍ତି । ଲୋକଙ୍କୁ ଜାଣିବାକୁ ଦିଆଯାଉ କିଭଳି ଅତ୍ୟାଚାର କରାଯାଇଛି । ମମତା ବାନାର୍ଜୀ କହିଛନ୍ତି, ଯଦି ସେ ନିଜେ ଜିତିଥାନ୍ତେ, ମୁଁ କିଛି କହି ନଥାନ୍ତି, କିନ୍ତୁ ଆମକୁ ବଳପୂର୍ବକ ପରାସ୍ତ କରାଯାଇଛି । କେନ୍ଦ୍ର ସରକାର କେବଳ ଏକଦଳୀୟ ସରକାର ଚାହୁଁଛି । ସାରା ବିଶ୍ୱରେ ଭୁଲ ବାର୍ତ୍ତା ପଠାଯାଉଛି । ଏହି ଲଢ଼େଇ ଗଣତାନ୍ତ୍ରିକ ଭାବରେ ଲଢ଼ାଯାଉନାହିଁ । ଆମେ ପୁନର୍ବାର ଉଠିବୁ । ଆମେ ବଙ୍ଗଳାରେ ଲଢ଼ିଥିଲୁ । ଆମର ଲଢ଼େଇ ବିଜେପି ସହିତ ନୁହେଁ, ନିର୍ବାଚନ କମିଶନ ସହିତ ଥିଲା । ଯଦି ନିର୍ବାଚନ କମିଶନ ନିଜକୁ ବିକ୍ରି କରିଦିଏ ତେବେ କ\’ଣ ହେବ? ଯଦି ଅଧିକାରୀମାନେ ଏକପାଖିଆ ଭାବରେ କାମ କରନ୍ତି ତେବେ ଫଳାଫଳ କ\’ଣ ହେବ?
