କଟକ: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଛନ୍ତି କଟକ ମେୟର ସୁବାସ ସିଂ । ସେ କହିଛନ୍ତି ୩ ବିଧାୟକ କଟକକୁ କଳଙ୍କିତ କଲେ। ୩ ବିଧାୟକ ‘ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ । ଏମାନେ ଯେଭଳି ବିଶ୍ବାସଘାତ କରିଛନ୍ତି, ରାଜ୍ୟବାସୀ କେବେ କ୍ଷମା ଦେବେନି। ଆଗକୁ ଏମାନେ ଖତ ହୋଇଯିବେ। ୨ ବର୍ଷ ତଳୁ ଏମାନେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ। ଏବେ ସାମ୍ନାକୁ ଆସିଲା। ଦମ୍ ଅଛି ତ, ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ନ୍ତୁ। କେବଳ ନିଜ ଅପକର୍ମକୁ ଲୁଚାଇବା ପାଇଁ ବିଜୁ ଲିଗାସି କଥା କହୁଛନ୍ତି।
