ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ । କଂଗ୍ରେସରେ ସରଗରମ ରହିଛି ସ୍ଥିତି। ଦାଶରଥି ଗମାଙ୍ଗ ଦଳ ସହ ଯୋଗାଯୋଗରେ ନଥିବାରୁ ଦଳରେ ଘାରିଛି ଚିନ୍ତା । ସନ୍ଧ୍ୟା ୭ ଟା ସୁଦ୍ଧା ଯୋଗାଯୋଗ କରିବା ପାଇଁ ପିସିସି ସଭାପତି ଦେଇଛନ୍ତି ନିର୍ଦେଶ । ଆସନ୍ତା କାଲି ଗୁରୁତ୍ୱପୂର୍ଣ୍ଣ ଦିନ । ସେ ନିଜ ଦଳକୁ ଗୁରୁତ୍ୱ ଦେଇ ନାହାଁନ୍ତି। କଲ ଉଠାଉ ନାହାଁନ୍ତି। ଯଦି ରବିବାର ସନ୍ଧ୍ୟା ୭ଟା ସୁଦ୍ଧା ସେ ନ ଆସନ୍ତି ତେବେ ତାଙ୍କ ବିରୋଧରେ ଡିସିପ୍ଲିନେରୀ ଆକ୍ସନ ନିଆଯିବ । ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ପିସିସି ସଭାପତି। ତାଙ୍କର ସଦ୍ୟସତା ରଦ୍ଦ ହେବା ସହ, ନିଜ ଅଞ୍ଚଳ ରେ ଚାଲିପାରିବେ ନାହିଁ ବୋଲି ସେ କହିଛନ୍ତି । ସନ୍ଧ୍ୟା୭ ଟା ସୁଦ୍ଧା କଂଗ୍ରେସ ଭବନ ଆସିବା ପାଇଁ ଗଣମାଧ୍ୟମ ନିକଟରେ ଚେତାବନୀ ଦେଇଛନ୍ତି ଭକ୍ତ ଦାସ।
ଏହି ରାଜ୍ୟ ସଭା ନିର୍ବାଚନରେ ବିଜେପି ବିଶୃଙ୍ଖଳା କରୁଛି । ବିଜେପି ସଂଖ୍ୟା ଅନୁଯାୟୀ ୨ ଜଣ ରାଜ୍ୟ ସଭା ପ୍ରାର୍ଥୀ ଜିତିବେ । ବିଜେଡିର ଗୋଟେ ସିଟ ରହିଛି। ଆଉ ଚତୁର୍ଥ ପ୍ରାର୍ଥୀକୁ ମିଳିତ ଭାବେ କଂଗ୍ରେସ ଓ ବିଜେଡି ମିଶିକି ଚୟନ କରିଛନ୍ତି । କୌଣସି ଦଳ ରୁ ନ ବାଛି ଜନସାଧରଣଙ୍କ ମଧ୍ୟରୁ ପ୍ରାର୍ଥୀ ଚୟନ କରାଯାଇଛି। ଆଉ ବିଜେଡି ବଳକା ସିଟ ଓ କଂଗ୍ରେସ ସିଟ ଅନୁଯାୟୀ ସେ ବିଜୟ ହେବେ । କିନ୍ତୁ ବିଜେପି ବିଶୃଙ୍ଖଳା କରୁଛି ଭ୍ରଷ୍ଟଚାରକୁ ସହଯୋଗ କରୁଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି। ଅନ୍ୟପଟେ ବିଜେପି କେମିତି ଗୋଟେ ଭ୍ରଷ୍ଟ ନେତାଙ୍କୁ ସହଯୋଗ କରୁଥିବା ପ୍ରଶ୍ନ କରିଛନ୍ତି ପ୍ରଦେଶ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ। ଯଦି ସେ ଜିତନ୍ତି ତେବେ କୋର୍ଟକୁ ଯିବ କଂଗ୍ରେସ । ଦିଲୀପ ରାୟ ଓ ବିଜେପି ଘୋଡା ବେପାରକୁ ଗୁରୁତ୍ୱ ଦେଉଛି। ଦିଲୀପ ରାୟ ଘୋଡା ବ୍ୟାପର କରୁଥିବା ଚିତ୍ର ସାମନାକୁ ଆସିଛି। ସେ କଂଗ୍ରେସ ବିଧାୟକଙ୍କୁ କଲ କରିଛନ୍ତି। ଚେକ ଦେଇଛନ୍ତି। ତେବେ କଂଗ୍ରେସ ଏହାକୁ ନିନ୍ଦା କରିଛି। ଶୃଙ୍ଖଳିତ ନିର୍ବାଚନ ପାଇଁ କଂଗ୍ରେସର ସମସ୍ତ ପ୍ରାର୍ଥୀ ଦଳ ର ନିଷ୍ପତ୍ତିରେ ସହଯୋଗ କରୁଛନ୍ତି। ସୋଫିଆ ଫିର୍ଦୋଷ , ଓ ରମେଶ ଜେନା ମଧ୍ୟ ଦଳ ସହିତ ଅଛନ୍ତି। କେବଳ ଦଶରଥୀ ଗମାଙ୍ଗ ସହ ୭ ତାରିଖ ପର ଠାରୁ ଆଉ ଯୋଗାଯୋଗ ହୋଇ ନାହିଁ। ତାଙ୍କୁ ଚେତବନୀ ଦିଆ ଯାଇଛି। ସନ୍ଧ୍ୟା ସୁଦ୍ଧା କଂଗ୍ରେସ ଭବନ ଆସିବାକୁ କଡା ଚେତାବନୀ ଦିଆ ଯାଇଥିବା କହିଛନ୍ତି ଅଜୟ କୁମାର ଲଲୁ।
