ତିଗିରିଆ : ଗ୍ରାହକ ବେଶରେ ଆସିଲେ, ସୁଯୋଗ ଦେଖି ସୁନା କାନଫୁଲ ଲୁଟିନେଲେ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଚଣ୍ଡି ଛକରେ ଥିବା ନିଉ ଅନ୍ତର୍ଯ୍ୟାମୀ ଜୁଏଲାରୀରୁ ଲୁଟ୍ ହୋଇଛି। ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଛାନଭିନ୍ ଚଳାଇଛି। ସୂଚନାନୁଯାୟୀ, ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଚଣ୍ଡି ଛକରେ ଥିବା ନିଉ ଅନ୍ତର୍ଯ୍ୟାମୀ ଜୁଏଲାରୀ ଦୋକାନକୁ ଆଜି ସକାଳେ ଜଣେ ବ୍ୟକ୍ତି କାନଫୁଲ କିଣିବା ପାଇଁ ପହଞ୍ଚିଥିଲେ। ବିଭିନ୍ନ ରକମର କାନଫୁଲ ଦେଖି ଲୋଭ ସମ୍ଭାଳି ପାରିନଥିଲେ। ଗହଳିର ସୁଯୋଗ ନେଇ ଆଖି ପିଛୁଳାକେ ହଳେ କାନଫୁଲ ଧରି ଚମ୍ପଟ୍ ମାରିଥିଲେ। ଲୁଟ୍ ବେଳର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ଲୁଟେରାର ମୁହଁ ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି। ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଛାନଭିନ୍ ଚଳାଇଛି।
