କଟକ ୦୯/୦୨: ଚଳିତ ମାସ ୧୯ ତାରିଖରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ। ଯାହ ମାର୍ଚ୍ଚ ୨ ତାରିଖ ଯାଏ ଚାଲିବ। ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା ପରିଚାଳନାକୁ ତ୍ରୁଟି ଶୂନ୍ୟ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ନୋଡ଼ାଲ ସେଣ୍ଟରରେ ସିସିଟିଭ ନଜରରେ ରହିବ। ଯାହ ବୋର୍ଡ କାର୍ଯ୍ୟାଳୟରୁ ନିୟନ୍ତ୍ରିତ ହେବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ବୋର୍ଡ ସଭାପତିଙ୍କ ସୂଚନା ଅନୁଯାୟୀ, ଏଥର ୩୦୮୨ ସେଣ୍ଟର ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ପ୍ରଶ୍ନପତ୍ର ପାଇଁ ୩୨୨ଟି ନୋଡାଲ ସେଣ୍ଟର ସୃଷ୍ଟି କରାଯିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି । ସମସ୍ତ ନୋଡାଲ ସେଣ୍ଟର ଗୁଡ଼ିକ ସିସିଟିଭି ନଜରରେ ରଖାଯିବ ।’ପରୀକ୍ଷାରେ ଅନିୟମିତତା ରୋକିବା ଲାଗି ରାଜ୍ୟର ୩୨୨ଟି ଯାକ ନୋଡାଲ୍ ସେଣ୍ଟର୍ ସମେତ ପରୀକ୍ଷା କେନ୍ଦ୍ର ମିଶି ମୋଟ ୩ ହଜାର ୫ଟି କେନ୍ଦ୍ରରେ ପରୀକ୍ଷା ସମୟରେ ସିଧା ପ୍ରସାରଣ କରାଯିବ । କପି ରୋକିବା ପାଇଁ ୩୭ ସ୍କ୍ୱାଡ୍ ଗଠନ କରାଯାଇଛି । ଡିଇଓମାନେ ୭୨ ସ୍କ୍ୱାଡ୍ ଗଠନ କରିବେ । ସେହିପରି ଜିଲ୍ଲାପାଳମାନେ ପୃଥକ ସ୍କ୍ୱାଡ୍ ଗଠନ କରିବେ । ସ୍କ୍ୱାଡ୍ ଗଠନ ଏବଂ ଓ ପରୀକ୍ଷା କେନ୍ଦ୍ର ସ୍ଥିତି ଜାଣିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ୩୦ଟି ଯାକ ଜିଲ୍ଲାର ଡିଓଇମାନଙ୍କ ସହ ଭର୍ଚୁଆଲ୍ରେ ସମୀକ୍ଷା କରିଛନ୍ତି । ଚଳିତବର୍ଷ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ର ଗୁଡ଼ିକ ମଧ୍ୟ ସିସିଟିଭି ନଜରରେ ରହିବ । ତେବେ ପରୀକ୍ଷା ପାଇଁ ୧୦ ତାରିଖରେ ପ୍ରଥମେ ୪ଟି ଜିଲ୍ଲାକୁ ପ୍ରଶ୍ନ ପତ୍ର ପଠାଯିବ । ୧୭ ତାରିଖ ଭିତରେ ପ୍ରଶ୍ନପତ୍ର ସବୁ ନୋଡାଲ୍ ସେଣ୍ଟରରେ ପହଞ୍ଚିବ। ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବୋର୍ଡ ସଭାପତି ନିର୍ଦ୍ଦେଶ ଦେଇଛନ୍ତି ।
