ରାଉରକେଲା,: ଶୌଚାଳୟରେ ଯୁବକଙ୍କୁ ହତ୍ୟା । ମୃତ ଯୁବକଙ୍କ ଅଭିନାଶ ଯାଦବ (୩୮) । ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଅମରଭବନ ନିକଟ ଶୌଚାଳୟରେ ଘଟିଛି ଏହି ଘଟଣା । ପୁଲିସ୍ ପହଞ୍ଚି ପ୍ରାଥମିକ ତଦନ୍ତ ଚଳାଇଛି । ମାତ୍ର ୩ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୁରାକ୍ ପାଇନି । ସୂଚନା ଅନୁସାରେ, ଗୋପବନ୍ଧୁପାଲିର ଅଭିନାଶ ଶୁକ୍ରବାର ରାତି ପ୍ରାୟ ୮ଟାରୁ ସାଢେ ୮ଟା ମଧ୍ୟରେ ଉକ୍ତ ଶୌଚାଳୟକୁ ଯାଇଥିଲେ । ଏହି ସମୟରେ ୩/୪ ଜଣ ଯୁବକ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯିବା ପରେ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍ଭିନ୍ ଚଳାଇଛି।
