ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପାଇଁ ଗୁରୁବାର ବସିବ ଗୁରୁତ୍ତ୍ୱପୂର୍ଣ ବୈଠକ। ଏହି ମିଟିଂକୁ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନର କନଭେନସନ ହଲରେ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତଥା ପୂର୍ବତନ ମନ୍ତ୍ରୀ, ଅର୍ଥ ବିଶେଷଜ୍ଞ, ଶିଳ୍ପ ପତି, ବ୍ୟବସାୟୀ, ସାଧାରଣ ଜନତାଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ବିକଶିକ ଓଡ଼ିଶା ପାଇଁ ମତ ଲୋଡ଼ିବେ । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ପାଇଁ ପୂର୍ବରୁ ବିଭାଗୀୟ ସମୀକ୍ଷା ଶେଷ ହୋଇଛି । ଚଳିତ ରାଜ୍ୟ ବଜେଟ୍ ତିନି ଲକ୍ଷ କୋଟି ଅତିକ୍ରମ କରିବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୦ ତାରିଖରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ ।
