ଛତ୍ରପୁର: ଛତ୍ରପୁର ଚିକଲଖଣ୍ଡି ଗାଁରେ ବେମାମାଡ଼। ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ। ବୋମା ମାଡ଼ରେ ଭାଙ୍ଗିଲା କାନ୍ଥ ,କବାଟ, ଘରର ବହୁ ସାମଗ୍ରୀ। ଅଳ୍ପକେ ବର୍ତ୍ତିଗଲେ ବାପା,ମାଆ ଓ ପୁଅ। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଛତ୍ରପୁର ପୁଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି। ସୂଚନା ଅନୁଯାୟୀ, ସୋମବାର ରାତି ବାପା-ମା ଓ ପୁଅ ଖାଇ ପିଇ ଶୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ଦୁର୍ବୃତ୍ତମାନେ ବାଇକ୍ ଆସି ଜି.କାମରାଜୁ ରେଡ୍ଡୀଙ୍କ ଘର ଉପରକୁ ବୋମା ମାଡ଼ କରିଥିଲେ। ହଠାତ୍ ବୋମା ମାଡ଼ ଶବ୍ଦ ଶୁଣି ଉଠି ପଡ଼ିଥିଲେ ପରିବାର ଲୋକେ। ଦେଖିଲା ବେଳେକୁ ଘର କାନ୍ଥ, କବାଟ ଭାଙ୍ଗି ଚୁର୍ମାର ହୋଇଯାଇଥିଲା। ଏନେଇ ଜି.କାମରାଜୁ ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ପୂର୍ବଶତ୍ରୁତାକୁ ବୋମାମାଡ଼ ହୋଇଥାଏ ବୋଲି ସନ୍ଦେହ କରାଯାଉଛି।
