ନୂଆଦିଲ୍ଲୀ : ଭାରତ ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନର ଯେକୌଣସି ଗୋଟିଏ ଭୁଲର ଜବାବ ଦେବାକୁ ପ୍ରସ୍ତୁତ ଥିଲା । ସୀମାରେ ଆଲର୍ଟ ମୋଡରେ ଥିଲା ସେନା । ଯଦି ସେହି ୮୮ ଘଣ୍ଟା ମଧ୍ୟରେ ପାକିସ୍ତାନ କିଛି ବି ଭୁଲ କରିଥାନ୍ତା ତେବେ ସ୍ଥଳପଥରେ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲୁ । LACରେ ପରିସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି । ତଥାପି ‘ଅପରେସନ୍ ସିନ୍ଦୂର’ ଏବେ ବି ଜାରି ରହିଛି । କାଶ୍ମୀରରେ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଏକକ ସଂଖ୍ୟାରେ ପହଞ୍ଚିଥିବା କହିଛନ୍ତି ସ୍ଥଳସେନା ମୁଖ୍ୟ । ଅପରେସନ୍ ସିନ୍ଦୂରରୁ ଭାରତ କଣ ଶିଖିଲା ? ସିନ୍ଦୂର ମାଡ଼ରେ ପାକିସ୍ତାନ ଅବସ୍ଥା କଣ ହୋଇଛି ତାର ଗୋଟିଏ ଗୋଟିଏ ଡିଲେଟ୍ ବିସ୍ତୃତ ପ୍ରେସ୍ ବାର୍ତ୍ତାରେ ସୂଚନା ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ । ଏକ ସାମ୍ବାଦିକ ସମ୍ମିଳନୀରେ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଗତବର୍ଷ ମେ ରେ ହୋଇଥିବା ଅପରେସନ୍ ସିନ୍ଦୂର ବିଷୟରେ କହିଛନ୍ତି । ଭାରତ-ଚୀନ୍ ସୀମାରେ ପରିସ୍ଥିତି ବର୍ତ୍ତମାନ ସ୍ଥିର ଅଛି ତଥାପି ‘ଅପରେସନ୍ ସିନ୍ଦୂର’ ଏବେ ବି ଜାରି ରହିଛି । ପଶ୍ଚିମ ଫ୍ରଣ୍ଟ ଏବଂ ଜମ୍ମୁ ଏବଂ କାଶ୍ମୀରରେ ମେ ୧୦ ତାରିଖରୁ ପରିସ୍ଥିତି ସମ୍ବେଦନଶୀଳ ରହିଛି, କିନ୍ତୁ ନିୟନ୍ତ୍ରଣରେ ଅଛି । ସେନା ୨୦୨୫ ମସିହାରେ ୩୧ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ଅପରେସନ୍ ସିନ୍ଦୂର ସମୟରେ ଯଦି ପାକିସ୍ତାନ ଗୋଟିଏ ଭୁଲ କରିଥାନ୍ତା ତେବେ ଗ୍ରାଉଣ୍ଡ ବା ସ୍ଥଳଭାଗରେ ଆକ୍ରମଣ ପାଇଁ ସେନା ପ୍ରସ୍ତୁତ ଥିଲା । ସୀମୀରେ ଆଲର୍ଟ ମୋଡରେ ଥିଲା ଆର୍ମି । ସ୍ଥଳସେନା ମୁଖ୍ୟ ଆହୁରି କହିଛନ୍ତି,”ମୁଁ କହିବାକୁ ଚାହୁଁଛି ଯେ ଆମେ ଅପରେସନ ସିନ୍ଦୂରରୁ ବହୁତ ଶିକ୍ଷା ପାଇଛୁ । କିନ୍ତୁ ଆମେ ତା’ ପୂର୍ବରୁ ମଧ୍ୟ ବହୁତ ପ୍ରସ୍ତୁତି କରିସାରିଥିଲୁ । ଆମେ ଶିଖିଲୁ ଯେ ତୁମେ ଯାହା ବି ଖବର ଦିଅ, ତାହାର ବିଶ୍ୱସନୀୟତା ରହିବା ଆବଶ୍ୟକ । କାରଣ ଦୀର୍ଘକାଳୀନ ଭାବରେ, ବିଶ୍ୱସନୀୟତା ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ । ତୁମେ ଯାହା ବି ଖବର ଦିଅ, ସେଥିରେ ସ୍ଥିରତା ରହିବା ଉଚିତ୍ । ତୃତୀୟ କଥା ହେଉଛି ଯେ କୌଣସି କାହାଣୀ ପରିଚାଳନା କ୍ଷେତ୍ର କିମ୍ବା ଜ୍ଞାନାତ୍ମକ କ୍ଷେତ୍ରରେ କୌଣସି ଶୂନ୍ୟତା ରହିବା ଉଚିତ୍ ନୁହେଁ । ଯଦି କୌଣସି ଶୂନ୍ୟତା ଥାଏ, ତେବେ ନକାରାତ୍ମକ ଖବର ବହୁତ ଦ୍ରୁତ ଗତିରେ ବ୍ୟାପିଥାଏ । ଚତୁର୍ଥ କଥା ହେଉଛି ତୁମେ ନକାରାତ୍ମକ ଖବରକୁ କେତେ ଗୁରୁତ୍ୱ ଦେଉଛ । ମୁଁ କହିବାକୁ ଚାହୁଁଛି ଯେ, ଏପ୍ରିଲ ୨୨ ତାରିଖରୁ, ୱେଷ୍ଟନ ଫ୍ରଣ୍ଟ ଆଡ଼କୁ ମୁହାଁଇଥିବା ସମସ୍ତ ଭାରତୀୟ ସେନାର ଟ୍ୱିଟର ହ୍ୟାଣ୍ଡେଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା ଯାହା ଦ୍ୱାରା କେହି କହିପାରିବେ ନାହିଁ ଯେ ପଶ୍ଚିମ କମାଣ୍ଡ ଏହା କହିଛନ୍ତି ଏବଂ ଯେତେବେଳେ ଆମେ ପଶ୍ଚିମ କମାଣ୍ଡ ସହିତ ଯାଞ୍ଚ କରୁ, ସେହି ଖବର ବ୍ୟାପି ସାରିଥାଏ । ସତ୍ୟର ଏକମାତ୍ର ଉତ୍ସ ଥିଲା ଏଡିଜି ଷ୍ଟାରକମ । ସେଥିପାଇଁ ଆମର ବିଶ୍ୱସନୀୟତା ବହୁତ ଉଚ୍ଚ ଥିଲା । ଏହା ସହିତ କାଶ୍ମୀରରେ ଏକାଧିକ ଡ୍ରୋନ୍ ଆଟାକ୍କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସ୍ଥଳସେନା ମୁଖ୍ୟ । ଡ୍ରୋନ୍ ଆକ୍ରମଣକୁ ସହ୍ୟ କରାଯିବନି । ଭାରତ-ପାକିସ୍ତାନ ମଧ୍ୟରେ DGMO ଡିଜିଏମଓ ସ୍ତରୀୟ କଥାବାର୍ତ୍ତା ହୋଇଛି ବୋଲି କହିଛନ୍ତି ସ୍ଥଳସେନାମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ।
