ନୂଆଦିଲ୍ଲୀ: ଇଣ୍ଡୋନେସିଆର ନର୍ଥ ସୁଲାଭେସୀ ପ୍ରଦେଶର ରାଜଧାନୀ ମନାଡେର ଏକ ନର୍ସିଂ ହୋମ୍ରେ ଅଗ୍ନିକାଣ୍ଡ। ନିଆଁ ଲାଗିବା କାରଣରୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା କଥା ଜଣାପଡିଛି। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି। ତଦନ୍ତକାରୀ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି । ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ନିଆଁ ରବିବାର ରାତି ପ୍ରାୟ ୮ଟା ୩୬ ମିନିଟ୍ରେ ପାଲ୍ ଦୁଆ ଜିଲ୍ଲାର ପାଣ୍ଟି ଭରଧା ଦମାଇ ନର୍ସିଂ ହୋମ୍ରେ ଲାଗିଥିଲା। ନିଆଁ ଲାଗିବାର ସୂଚନା ମିଳିବା ମାତ୍ରେ ପୁଲିସ ଓ ଫାୟର ବ୍ରିଗେଡ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ମନାଡେ ସହରର ସରକାରଙ୍କ ଦ୍ବାରା ପଠାଯାଇଥିବା ଜିନି ଫାୟର ଇଞ୍ଜିନି ରାତି ପ୍ରାୟ ୯ଟା ୩୦ ମିନିଟ୍ରେ ନିଆଁକୁ କାବୁ କରାଯାଇଥିଲା। ନିଆଁ ଲାଗିବାର ଘଟଣା ପରେ ପୁଲିସ ପୁରା ଅଞ୍ଚଳକୁ ସୁରକ୍ଷିତ କରିଛି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଉଦ୍ଧାର ହୋଇଥିବା ଲୋକଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଇ। ପୁଲିସ ଏବଂ ଫରେନସିକ୍ ଟିମ୍ ନିଆଁ ଲଗାଇବାର କାରଣ ଓ ଘଟଣାକ୍ରମକୁ ବୁଝିବା ପାଇଁ ଯାଞ୍ଚ କରୁଛି। ଏହାଛଡା ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ପଚରା ଉଚରା କରାଯାଉଛି। ପୀଡିତଙ୍କ ପରିଚୟ ପାଇଁ ହସ୍ପିଟାଲରେ ତାଙ୍କର ଡାଟା ଏକାଠି କରାଯାଉଛି। ଅଧିକାରୀ ଚାହୁଁଛନ୍ତି ଯେ, ତାଙ୍କର ପରିଚୟ ସମ୍ପୂର୍ଣ୍ଣ ଭାବରେ ମିଳିପାରୁ, ଫଳରେ ତାଙ୍କ ପରିବାକୁ ତାଙ୍କ ମୃତଦେହ ଦେଇହେବ। ଏହାପରେ ଆଗାମୀ ପକ୍ରିୟ ଆରମ୍ଭ କରାଯାଉଛି।
