ଭୁବନେଶ୍ୱର ୧୩/୧୨: ୨୦୩୦ ସୁଦ୍ଧା ଓଡ଼ିଶାରେ ସ୍ଥାପନ ହେବ ୫୮ଟି କୋଲ୍ଡ ଷ୍ଟୋରେଜ୍ ୟୁନିଟ୍। ଖର୍ଚ୍ଚ ହେବ ୨୫୦ କୋଟି ଟଙ୍କା। ରାଜ୍ୟରେ କୋଲଡ଼ ଷ୍ଟୋରେଜର ସଂଖ୍ୟା ବୃଦ୍ଧି ପାଇବ। ନୂଆ ଚାକିରିର ସୁଯୋଗ ସୃଷ୍ଟି ସହାୟକ ହେବ । ଫଳରେ ସଫଳ ଯୁବ ଉଦ୍ୟାଗୀ ଲାଭବାନ ହେବ। ଭୁବନେଶ୍ୱରରେ ଆୟୋଜିତ କୋଲ୍ଡ ଷ୍ଟୋରେଜ୍ କନକ୍ଲେଭ୍ ଓ ବାୟର-ସେଲର ମିଟ୍ ୨୦୨୫ରେ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଚାଷୀ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ । ଭୁବନେଶ୍ୱରରେ କୋଲ୍ଡ ଷ୍ଟୋରେଜ୍ କନକ୍ଲେଭ୍ ଓ ବାୟର-ସେଲର ମିଟ୍ ୨୦୨୫କୁ ସଫଳତାର ସହ ଆୟୋଜନ ହୋଇଛି। ଯାହା ନୀତି ନିର୍ମାତା, ଶିଳ୍ପ ନେତା, କୃଷି-ଉଦ୍ୟୋଗୀ, ଚାଷୀ ଗୋଷ୍ଠୀ, ଆର୍ଥିକ ଅନୁଷ୍ଠାନ ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଣକାରୀଙ୍କୁ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଚାଷୀ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଯୋଗ ଦେଇଥିଲେ । ଉଦଘାଟନୀ ଅଧିବେଶନରେ କୋଲ୍ଡ ଷ୍ଟୋରେଜ୍ ଲାଭାର୍ଥୀଙ୍କୁ ଅନୁମୋଦନ ପତ୍ର ବଣ୍ଟନ କରାଯାଇଥିଲା। ସରକାର ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫୮ଟି ଉପଖଣ୍ଡରେ କୋଲ୍ଡ ଷ୍ଟୋରେଜ୍ ୟୁନିଟ୍ ସ୍ଥାପନ କରିବାର ଲକ୍ଷ୍ୟ ରଖିଯାଇଛି। ଯାହାର ୨୫୦ କୋଟି ଟଙ୍କା ପ୍ରସ୍ତାବିତ ବ୍ୟୟ ଅଟକଳ କରାଯାଇଛି । ଓଡ଼ିଶା ଗତ ୧୬-୧୭ ବର୍ଷ ଧରି ଧାନ ଅଧିକ ଉତ୍ପାଦନକାରୀ ରାଜ୍ୟ ହୋଇ ୧୨ଟିରୁ ଅଧିକ ରାଜ୍ୟକୁ ଧାନ ଯୋଗାଣ କରୁଛି। ଗତ କୃଷି ବର୍ଷରେ ପ୍ରାୟ ୧୫ ମିଲିୟନ ଟନ୍ ଖାଦ୍ୟ ଶସ୍ୟ ସହିତ ସମାନ ପରିମାଣର ଉଦ୍ୟାନ ଉତ୍ପାଦନ କରିଛି । ପ୍ରାୟ ୧୫ଟି ପ୍ରସ୍ତାବ ପାଇଥିବା ଏବଂ ଅନେକ ନିବେଶକ ୟୁନିଟ୍ ସ୍ଥାପନ କରୁଥିବା ବେଳେ ସେ ସରକାରର ଅବସ୍ଥାନକୁ ପୁନରାବୃତ୍ତି କରି କହିଥିଲେ ଯେ ସରକାର ଅପରେଟର ନୁହେଁ ବରଂ ସୁବିଧାକାରୀ ଭାବେ କାର୍ଯ୍ୟ କରିବ, ଘରୋଇ ଖେଳାଳିଙ୍କୁ କ୍ଷେତ୍ରର ନେତୃତ୍ୱ ନେବାକୁ ଆହ୍ୱାନ ଦେଇ। ସେ ସହାୟକ ଶିଳ୍ପ, ଶକ୍ତି ଦକ୍ଷତା ଏବଂ ଉତ୍ପାଦନ ସହ କୃଷି ବଜାରକରଣର ଏକୀକରଣର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ଯାହା ଫସଲ ପରବର୍ତ୍ତୀ କ୍ଷତି ହ୍ରାସ କରି ଚାଷୀଙ୍କ ଆୟ ବୃଦ୍ଧି କରିବ। ଓଡ଼ିଶାର କୃଷକଙ୍କୁ ସଶକ୍ତୀକରଣ କରିବା ପାଇଁ ରାଜ୍ୟ ସରକାର ନୂଆ ସ୍କିମ ଆରମ୍ଭ କରିଛନ୍ତି । ଗୋଟିଏ ସଵଡିଭିଜନରେ କୋଲଡ ଷ୍ଟୋରେଜ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୬ କୋଟି ଟଙ୍କାର ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ମହିଳା, ଏସ୍ସି -ଏସ୍ସି ଅଞ୍ଚଳରେ ୬.୫ କୋଟିର ସହାୟତ ନିଆଯାଉଛି ।୩ ପ୍ରତିଶତ ରେ ବ୍ୟାଙ୍କରୁ ଋଣ ପ୍ରଦାନ କରାଯାଉଛି । ବିଦ୍ୟୁତ ବିଲ ୫୦% ଆମେ ସହାୟତ ଯୋଗାଇ ଦେବୁ । ରାଜ୍ୟ ଭିତର ସାମଗ୍ରୀ ସହ ରାଜ୍ୟ ବାହାର ଯେଉଁ ଉତ୍ପାଦ ମଧ୍ୟ ଆମେ ରଖିବୁ । ୭ ଟି କୋଲଡ ଷ୍ଟୋରେଜର କାମ ଆରମ୍ଭ ହୋଇ ଗଲାଣି । ଯାହାକି ୧୩ ରୁ ୧୫ ହଜାର ଟନର କ୍ଷମତା ବୃଦ୍ଧି କରାଯାଇଛି ।ଯେଉଁ ୩୫ଟି ଷ୍ଟୋର ଏବେ ଚାଲୁଛି ତାହା ଏବେ ୧ ଲକ୍ଷେ ୭୦ ହାଜର ମେଟ୍ରିକ ଟନର କାପାସିଟି ରହିଛି । ତେଣୁ କୋଲଡ ଷ୍ଟୋରେଜର ସଂଖ୍ୟା ବୃଦ୍ଧି ପାଇବ ଏବଂ ନୂଆ ଚାକିରୀର ସୁଯୋଗ ସୃଷ୍ଟି କରିବାରେ ସହାୟ ହେବ । ସଫଳ ଯୁବ ଉଯୋଗୀ ସାମିଲ ହେଉଛନ୍ତି । କୋଲଡ ଷ୍ଟୋରେଜ ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବେ । ଏନେଇ କୃଷି ସଚିବ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।
