ଭୁବନେଶ୍ଵର, ୧୨/୧୨ : ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ ପ୍ରସ୍ତୁତ ହେବ ଓଡ଼ିଶା ମାଷ୍ଟର ପ୍ଲାନ। BISAG-N ସହିତ MOU ସ୍ୱାକ୍ଷର। ବାଣିଜ୍ୟ ଏବଂ ପରିବହନ ବିଭାଗ ମାଧ୍ୟମରେ ରାଜ୍ୟ ସରକାର ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଆପ୍ଲିକେସନ୍ସ ଆଣ୍ଡ୍ ଜିଓ-ଇନଫର୍ମେଟିକ୍ସ (BISAG-N) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ବୁଝାମଣାପତ୍ର ସ୍ୱାକ୍ଷର ଉତ୍ସବରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର୍ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର, ପ୍ରମୁଖ ସଚିବ ଉଷା ପାଢୀ ଏବଂ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ଏହି ଅବସରରେ BISAG-Nର ମହାନିର୍ଦ୍ଦେଶକ ଟି. ପି. ସିଂହ ଏବଂ ତାଙ୍କ ଟିମ୍ ଉପସ୍ଥିତ ଥିଲେ। ଏହି ସହଯୋଗ ଭବିଷ୍ୟତରେ ଓଡ଼ିଶା ପାଇଁ ସମନ୍ୱିତ ଭିତ୍ତିଭୂମି ଯୋଜନା ଏବଂ ଉନ୍ନତ ଡିଜିଟାଲ୍ ଶାସନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
