ନୂଆଦିଲ୍ଲୀ,୨୪/୧୧: ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ ବୟାନ ପାକିସ୍ତାନକୁ ଝଟକା ଦେଇଛି । କେବେ ବି ବଦଳିପାରେ ଭାରତର ସୀମାରେଖା । କିଏ ଜାଣେ ପୁଣି ଥରେ ଭାରତକୁ ଫେରିପାରେ ସିନ୍ଧ୍। ପାକିସ୍ତାନର ସିନ୍ଧ୍ ପ୍ରଦେଶକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ବୟାନ ପରେ ପାକିସ୍ତାନରେ ହଲଚଲ ଦେଖିବାକୁ ମିଳିଛି । ଏହାକୁ ନେି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ପାକିସ୍ତାନର ସିନ୍ଧ ପ୍ରଦେଶ ସମ୍ପର୍କରେ ପରିବର୍ତ୍ତନ ଦାବି କରୁଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଭ୍ରାମକ ଏବଂ ବିପଜ୍ଜନକ ମନ୍ତବ୍ୟକୁ କଡ଼ା ନିନ୍ଦା କରୁଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ରାଜନାଥ ସିଂହଙ୍କ ବକ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛି । ଏକ ଚିଠି ଜାରି କରି କହିଛି, “ପାକିସ୍ତାନର ସିନ୍ଧ୍ ପ୍ରଦେଶ ସମ୍ପର୍କରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଭ୍ରମାତ୍ମକ ଏବଂ ବିପଦପୂର୍ଣ୍ଣ ସଂଶୋଧନବାଦୀ ମନ୍ତବ୍ୟକୁ କଡ଼ା ନିନ୍ଦା କରୁଛି । ଏପରି ବକ୍ତବ୍ୟ ହିନ୍ଦୁତ୍ୱ ବିସ୍ତାରବାଦୀ ମାନସିକତାକୁ ପ୍ରକାଶ କରେ ଯାହା ପ୍ରତିଷ୍ଠିତ ବାସ୍ତବତାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛି । ଅନ୍ତର୍ଜାତୀୟ ଆଇନ, ସ୍ୱୀକୃତିପ୍ରାପ୍ତ ସୀମା ଏବଂ ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱର ସ୍ପଷ୍ଟ ଉଲ୍ଲଂଘନ କରୁଛି । ଆମେ ରାଜନାଥ ସିଂହ ଏବଂ ଅନ୍ୟ ଭାରତୀୟ ନେତାଙ୍କୁ ଗୁହାରି କରୁଛୁ କି ଏପରି ଉତ୍ତେଜନାପୂର୍ଣ୍ଣ ବୟାନ ନଦିଅନ୍ତୁ ଯାହା ଏହି ଅଞ୍ଚଳରେ ସ୍ଥିରତାକୁ ବିପଦରେ ପକାଇବ । ଭାରତ ସରକାର ସେମାନଙ୍କ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିନ୍ତ କରିବା ଉପରେ ଧ୍ୟାନ ଦେବା ଭଲ । କ’ଣ କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ- ଗତକାଲି ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ସିନ୍ଧ୍ ଅଞ୍ଚଳ ଭାରତର ଅଂଶ ନଥିଲେ ମଧ୍ୟ ଏହା ଭାରତର ହୋଇପାରିବ । ଆଗାମୀ ଦିନରେ ସୀମା ବଦଳିପାରେ ଏବଂ ଏହି ଅଞ୍ଚଳ ପୁଣିଥରେ ଭାରତର ଅଂଶ ହୋଇଯିବ । ସିନ୍ଧି ହିନ୍ଦୁମାନେ, ବିଶେଷକରି ଲାଲାକୃଷ୍ଣ ଆଡଭାନୀଙ୍କ ପିଢିର ହିନ୍ଦୁମାନେ ଆଜି ଯାଏ ସିନ୍ଧକୁ ଭାରତରୁ ଅଲଗା କରିବାକୁ ଗ୍ରହଣ କରିନାହାନ୍ତି । ଆଡଭାନୀ ଏହା ତାଙ୍କ ପୁସ୍ତକରେ ଉଲ୍ଲେଖ୍ୟ କରିଛନ୍ତି । ସିନ୍ଧ ସର୍ବଦା ଭାରତର ଏକ ଅଂଶ ହୋଇ ରହିବ । କହି ରଖୁଛୁ କି, ସିନ୍ଧୁ ନଦୀ ନିକଟରେ ଥିବା ଏକ ଅଞ୍ଚଳ ହେଉଛି ସିନ୍ଧ୍ । ଏହା ୧୯୪୭ ପୂର୍ବରୁ ଅଖଣ୍ଡ ଭାରତର ଅଂଶ ଥିଲା । ସିନ୍ଧ୍ ପ୍ରଦେଶ ୧୯୪୭ରେ ମସିହାରେ ବିଭାଜନ ପରେ ପାକିସ୍ତାନ ନିକଟକୁ ଯାଇଥିଲା ।
