ଭୁବନେଶ୍ୱର ୧୬/୧୧: ନୂଆପଡ଼ା ଉପନିର୍ବାଚନରେ ପରାଜୟ ପରେ ଗୃହ ଶତ୍ରୁ ବିଭୀଷଣ କଥା ଉଠାଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଭକ୍ତ କହିଛନ୍ତି, ଆମ ଦଳର ବିଭୀଷଣଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ଵି ୪୦ ହଜାର ଭୋଟ୍ ପାଇ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଅଛି। ତଥାପି ଦଳ ପ୍ରତ୍ୟେକ କ୍ଷେତ୍ରକୁ ଆତ୍ମସମୀକ୍ଷା କରିବ ବୋଲି କହି ପିସିସି ସଭାପତି ଭକ୍ତ ସୂଚନା ଦେଇଛନ୍ତି।
