ନୂଆଦିଲ୍ଲୀ,୯।୧୧: ବାଲାଂଦେଶରେ ଶେଖ ହାସିନାଙ୍କ ସରକାର ହଟିବା ଓ ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଅନ୍ତରୀଣ ସରକାର ଗଠିତ ହେବା ପରେ ଭାରତ ସହ ସମ୍ପର୍କ ତିକ୍ତ ହୋଇଛି। ସେଭଳି ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଦୁର୍ବଳତା ପାକିସ୍ତାନ ଆଡକୁ ବଢିବାରେ ଲାଗିଛି। ଏବେ ପାକିସ୍ତାନୀ ସେନାର ଏକ ଯୁଦ୍ଧ ଜାହାଜ ବାଂଲାଦେଶର କଟଗାଓଁ ପୋର୍ଟରେ ପହଁଞ୍ଚିଛି। ୧୯୭୧ ଯୁଦ୍ଧ ପରେ ପ୍ରଥମ ଥର ଏଠାରେ କୌଣସି ପାକିସ୍ତାନୀ ଯୁଦ୍ଧ ଜାହାଜ ପହଁଞ୍ଚିଛି। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ନୌସେନାର ପିଏନ୍ଏସ୍ସେଫ୍ ଯୁଦ୍ଧ ଜାହାଜ ଚଟଗାଓଁରେ ପହଞ୍ଚିଛି। ବାଂଲାଦେଶୀ ନୌସେନା ପାକିସ୍ତାନୀ ଯୁଦ୍ଧ ଜାହାଜର ଜୋରସାର ସ୍ବାଗତ ମଧ୍ୟ କରିଥିଲା। ପାକିସ୍ତାନର ଯୁଦ୍ଧ ଜାହାଜ ଚଟଗାଓଁ ପହଁଞ୍ଚିବା ପରେ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ, ପାକିସ୍ତାନ କୌଣସି ଭାବରେ ଭାରତର ଘେରାବନ୍ଦୀ କରିବର ପ୍ଲାନ ତିଆରି କରୁଛି। ୧୯୭୧ ପରେ ବାଂଲାଦେଶ ଓ ପାକିସ୍ତାନର ସମ୍ପର୍କ ଭଲ ନାହିଁ, କିନ୍ତୁ କିଛି ମାସରେ ସବୁ କିଛି ବଦଳି ଯାଇଛି। ବର୍ତ୍ତମାନ ପାକିସ୍ତାନ ନୌସେନା ମୁଖ୍ୟ ଆଡମିରାଲ ନାଭିନ୍ ଅଶରଫ୍ ମଧ୍ୟ ବାଂଲାଦେଶ ଯାତ୍ରାରେ ଅଛନ୍ତି। ପାକିସ୍ତାନର ଟପ୍ ମିଲିଟାରୀ କମାଣ୍ଡର ଜେନେରାଲ ସାହିର ଶମଶାଦ୍ ମିର୍ଜା କିଛି ଦିନ ପୂର୍ବରୁ ହିଁ ବାଂଲାଦେଶର ଯାତ୍ରାରେ ଯାଇଥିଲେ। ସେ ମହମ୍ମଦ ୟୁନୁସ୍ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଉଲ୍ଲେଖନୀୟ ଯେ, ବାଂଲାଦେଶରେ ଗତ ବର୍ଷ ଅଗଷ୍ଟରେ ହିଂସ୍ର ଛାତ୍ର ଆନ୍ଦୋଳନ ହୋଇଥିଲା। ଏହାପରେ ଶେଖ୍ ହାସିନାଙ୍କୁ ଦେଶ ଛାଡି ପଳାଇବାକୁ ପଡିଥିଲା। ବର୍ତ୍ତମାନ ଭାରତ ସେ ଭାରତରେ ଅଛନ୍ତି। ସେଭଳି ମହମ୍ମଦ ୟୁନୁସ୍ଙ୍କୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା। ଆଫଗାନିସ୍ତାନର ଖରାପ ସମ୍ପର୍କ ଭିତରେ ପାକିସ୍ତାନ ଏବେ ବାଂଲାଦେଶରେ ନୂତନ ସମ୍ଭାବନାର ସନ୍ଦାନରେ ରହିଛି। ଆଫଗାନିସ୍ତାନର ତାଲିବାନ ସରକାର ଓ ଭାରତ ଭିତରେ ଲଗାତାର ସମ୍ପର୍କ ମଜବୁତ ହେବାରେ ଲାଗିଛି। ସେଭଳି ଆଫଗାନିସ୍ତାନ ସହ ପାକିସ୍ତାନର ବିବାଦ ବଢିବାରେ ଲାଗିଛି। ଇସ୍ତାନବୁଲରେ ତୃତୀୟ ପର୍ଯ୍ୟାୟ ଶାନ୍ତି ବାର୍ତ୍ତାର ମଧ୍ୟ ସାର୍ଥକ ପରିଣାମ ଆସିପାରିନି।
