ଭୁବନେଶ୍ୱର : ଉତ୍କଳ ବିଲ୍ଡର୍ସ୍ ଉପରେ ଆୟକ ବିଭାଗର ଚଢ଼ାଉ । ଆୟକର ଫାଙ୍କିବା ଅଭିଯୋଗରେ ଚାଲିଛି ରେଡ୍ । ଓଡ଼ିଶାର ୧୧ ସ୍ଥାନ ସମେତ କୋଲକାତାର ୩ ସ୍ଥାନରେ ଚଢ଼ାଉ ଚାଲିଛି। ଚଢ଼ାଉରେ ଆୟକର ବିଭାଗର ୧୮ଟି ଟିମ୍ ସାମିଲ୍ ହୋଇଥିବା ୧୨୦ ଅଧିକାରୀ ଛାନ୍ଭିନ୍ ଚଳାଇଛନ୍ତି। ମଙ୍ଗଳବାର ଦିନ ସକାଳ ସମୟରେ ଉତ୍କଳ ବିଲ୍ଡର୍ସ୍ରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ବିଭାଗ ପକ୍ଷରୁ ୧୮ଟି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଯେଉଁଥିରେ ୧୨୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଥିବା ସୂଚନା ମିଳିଛି। କୋଲକାତା ୩ଟି ସ୍ଥାନ ଏବଂ ଓଡ଼ିଶାର ୧୧ଟି ସ୍ଥାନରେ ରେଡ୍ ଚାଲିଛି। ବର୍ତ୍ତମାନ ଯାଏଁ ଏହି ଚଢାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।
