ଚଣ୍ଡୀଖୋଲ: କିଛି ସାମ୍ବାଦିକମାନଙ୍କ ଦ୍ଵାରା ସମ୍ବାଦପତ୍ରରେ ଓ ସୋସିଆଲ ମିଡିଆରେ ବାବା ଭୈରବାନନ୍ଦ (ସ୍ୱୟଂଶାସିତ) ମହାବିଦ୍ୟାଳୟ, ଚଣ୍ଡୀଖୋଲର ସାତ ରୁ ଆଠଜଣ ଅଧ୍ୟାପକଙ୍କ ବିରୋଧରେ ପ୍ରାୟ ୬୫ ଲକ୍ଷ ଟଙ୍କାର ଅର୍ଥ ଅନିୟମିତତା ଖବର ପ୍ରସାରିତ ହେଉଛି କିନ୍ତୁ ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପତ୍ର ଅନୁସାରେ, ଏହି ସମସ୍ତ ଖବରର କୌଣସି ସତ୍ୟତା ନାହିଁ । ଏହା ଏକ ବିଭାଗୀୟ ଅଡିଟ ଅନୁସନ୍ଧାନର ନିୟମିତ ପ୍ରକ୍ରିୟା ଅଟେ।ଯେଉଁଠି ଅନୁଦାନପ୍ରାପ୍ତ ଓ ସରକାରୀ ମହାବିଦ୍ୟାଳୟଗୁଡ଼ିକର ହିସାବ ଯାଞ୍ଚ କରାଯାଏ । ଏହା କୋଣସି ଦୁର୍ନୀତି ତଦନ୍ତ ନୁହେଁ ।

ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଥିବା ନୋଟିସ ସଂଖ୍ୟା ୫୪୬୨୭/HE ତା. 10.10.2025 ଅନୁସାରେ, ୨୦୨୨–୨୩ ଓ ୨୦୨୩–୨୪ ଅର୍ଥିକ ବର୍ଷର ଅଡିଟ ରିପୋର୍ଟ ଉଲ୍ଲେଖ ହୋଇଛି ଓ ସେଥିରେ ଥିବା ଅନିୟମିତତାଗୁଡ଼ିକୁ ୩୦ ଦିନ ମଧ୍ୟରେ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଡିଟ ହୋଇଥିବା ସେହି ଆର୍ଥିକ ବର୍ଷରେ ବର୍ତ୍ତମାନର ଅଧ୍ୟକ୍ଷ ଡା. ପ୍ରସନ୍ନ କୁମାର ମହାପାତ୍ର ଏଡମିନିଷ୍ଟ୍ରେଟିଭ ବର୍ସାର ଓ ଆକାଉଣ୍ଟ ବର୍ସାର ଭାବେ ଦାୟିତ୍ୱରେ ଥିଲେ । ବର୍ତ୍ତମାନ ଆକାଉଣ୍ଟ ବର୍ସାର ଶ୍ରୀ ଲକ୍ଷ୍ମୀଧର ସାମଲ ସେତେବେଳେ କିଛି ଦିନ ପାଇଁ ଏହି ପଦବୀରେ ଥିଲେ । ଶ୍ରୀ କାହ୍ନୁ ଚରଣ ନାୟକ ସେତେବେଳେ ଓ ବର୍ତ୍ତମାନ ଆକାଉଣ୍ଟାଟ ଭାବେ କାମ କରୁଛନ୍ତି। ଏଣୁ ଏମାନେ ସମସ୍ତେ ଅଭିଜ୍ଞ ତେଣୁ ସେମାନେ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ଅର୍ଥିକ ଲେନଦେନ ବିଭାଗୀୟ ନିୟମ ଓ ନିର୍ଦ୍ଦେଶନାନୁସାରେ ସଠିକ ଭାବେ କାର୍ଯ୍ୟ କାରିହୋଇଛି କୋଣସି ଭୁଲ୍ ହୋଇ ନଥିବ।ଏବଂ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଏହି ମତ ପ୍ରଦାନ କରନ୍ତି ଯେ “ଅଡିଟ ହେଉଛି ଏକ ନିୟମିତ ବିଭାଗୀୟ ପ୍ରକ୍ରିୟା, ଏହା କୋଣସି ଦୁର୍ନୀତି ତଦନ୍ତ ନୁହେଁ।କଲେଜର ପୂର୍ବତନ କର୍ମଚାରୀ ଛାତ୍ରଛାତ୍ରୀ ଓ ବଡଚଣା ଅଞ୍ଚଳର ବୁଦ୍ଧିଜୀବୀମାନେ ସମସ୍ତେ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ କୁ ଅନୁରୋଧ କରିଛନ୍ତି ଯେ ତଥ୍ୟହୀନ ଖବର ପ୍ରଚାର କରି ଜନମନରେ ଭ୍ରମ ସୃଷ୍ଟି କରନ୍ତୁ ନାହିଁ , କାରଣ ଏଥିରେ ମହାବିଦ୍ୟାଳୟର ମର୍ଯ୍ୟାଦା ଓ ଗୌରବର ହାନି ଘଟିବ । ଯେତେବେଳେ ମହାବିଦ୍ୟାଳୟ ୫୦ ବର୍ଷ ର ସ୍ବର୍ଣ୍ଣିମ ଯାତ୍ରା ପାଳନ କରୁଛି । ସେତେବେଳେ ଏ ତଥ୍ୟ ହୀନ ସମ୍ବାଦ ମହାବିଦ୍ୟାଳୟ ଶିକ୍ଷା, ଶୃଙ୍ଖଳା ଓ ସମାଜସବାକୁ ଦ୍ଵନ୍ଦରେ ପକାଉଛି।ମହାବିଦ୍ୟାଳୟ ପକ୍ଷରୁ ଅନୁପାଳନ ରିପୋର୍ଟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଗାମୀ ଦିନରେ ସମସ୍ତ ଆର୍ଥିକ ଲେନଦେନକୁ ଡିଜିଟାଲ ଓ ହିସାବଯୋଗ୍ୟ ଭାବେ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ସମ୍ପର୍କରେ ଅଧ୍ୟକ୍ଷ ଡା. ପ୍ରସନ୍ନ କୁମାର ମହାପାତ୍ର ନୋଟିସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଛନ୍ତି ।ଏହି ବିଷୟରେ ବଡ଼ଚଣା ବ୍ଲକର ସଚେତନ ଶିକ୍ଷାପ୍ରେମୀ ଓ ପୂର୍ବତନ ଛାତ୍ରଛାତ୍ରୀମାନେ ମିଳିତ ଭାବେ ମାନ୍ୟବର ବିଧାୟକଙ୍କୁ ନିକଟରେ ଅନୁରୋଧ କରିଛନ୍ତି ଯେ ଆପଣ ଏହି ବିଷୟରେ ଶୀଘ୍ର ହସ୍ତକ୍ଷେପ କରିମହାବିଦ୍ୟାଳୟର ମର୍ଯ୍ୟାଦା ଓ ସତ୍ୟତାକୁ ସୁରକ୍ଷିତ କରନ୍ତୁ ଏବଂ ଏହି ଗୌରବମୟ ସଂସ୍ଥାର ଗାରିମା ବଜାୟ ରଖନ୍ତୁ । ଏବଂ ଯେଉଁମାନେ ଭୁଲ୍ ତଥ୍ୟ ପ୍ରଦାନ କରି ମହାବିଦ୍ୟାଳୟ ର ଅନିଷ୍ଟ ଚିନ୍ତା କରୁଛନ୍ତି ସେମାନେ ତାଙ୍କର ତ୍ରୁଟି ସୁଧାରି ନିଅନ୍ତୁ।
