ରାଉରକେଲା: ସହରର ସମ୍ଭ୍ରାନ୍ତ ଅଞ୍ଚଳ ସିଭିଲଟାଉନସିପର ଏକ ଘରେ ସେକ୍ସ ରାକେଟ ଠାବ ହୋଇଛି l ରଘୁନାଥପାଲି ପୁଲିସ ଏଥିରେ ସଂଶ୍ଳିଷ୍ଟ ତିନି ଦେହଜୀବୀଙ୍କୁ ଧରିବା ସହ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି l ଆରଜିଏଚରେ ତିନି ଦେହଜୀବୀଙ୍କ ଡାକ୍ତରୀ ମାଇନା କରିବା ପରେ ସେମାନଙ୍କୁ ଡାକ୍ତରଖାନା ପରିସରସ୍ଥ ସଖୀ କେନ୍ଦ୍ରରେ ରଖାଯାଇଛି। କେତେ ଦିନ ଧରି ଏଠାରେ ସେକ୍ସ ରାକେଟ ଚାଲୁଥିଲା, ଦେହଜୀବୀମାନେ କେଉଁଠୁ ଆସୁଥିଲେ, ପୁଲିସ ତାର ତଦନ୍ତ ଚଳାଇଛି l କିଛି ମାସ ପୂର୍ବରୁ ଛେଣ୍ଡ କଲୋନିରେ ବଡ଼ ଧରଣର ସେକ୍ସ ରାକେଟ ଠାବ ହୋଇଥିଲା l ସେମିତି ସେକ୍ଟର ୧୬ ଓ ଜଗଦା ଅଞ୍ଚଳରେ ମଧ୍ୟ ସେକ୍ସ ରାକେଟ ଠାବ ହୋଇଥିଲା l ଏଣେ ଗତ ଅଗଷ୍ଟ ମାସରେ ପାରାଦୀପରେ ଏକ ବଡ଼ଧରଣର ସେକ୍ସ ରାକେଟ୍ ଠାବ ହୋଇଥିଲା। ତାରିଣୀଗଡ଼ା ଠାରେ ଏକ ସ୍ପାରେ ସେକ୍ସ ରାକେଟ ଚାଲୁଥିବା ବେଳେ ପୁଲିସ ଚଢ଼ଉ କରି ୯ ଜଣ ବଙ୍ଗୀୟ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା।ସ୍ପା ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ, ଦେହଜୀବୀ ଓ ଗ୍ରାହକଙ୍କର ମୋବାଇଲ ଫୋନ୍, ରେଜିଷ୍ଟର ଜବତ କରାଯାଇଥିଲା। ସ୍ପା ଚଳାଉଥିବା ମାଲିକ ତଥା ଦେହ ଦଲାଲ୍ ସେଖ୍ ବଦ୍ରୁ ଫେରାର ହୋଇଯାଇଥିଲେ। ସେହିପରି ଘର ମାଲିକ ଭାଗିରଥୀ ପୁଲିସ ସ୍କାନରକୁ ଆସିଥିଲେ। ତାଙ୍କୁ ନୋଟିସ କରାଯାଇ ଖୁବଶୀଘ୍ର ଜେରା କରାଯିବ ବୋଲି ପୁଲିସ ସୂଚନା ଦେଇଥିଲା। ପେଟ ପୋଷିବା ପାଇଁ ଅନେକ ଭଲ କାମ କରିବାର ସୁଯୋଗ ଅଛି। କିଛି ଟଙ୍କା ରୋଜଗାର କରିବା ପାଇଁ ଖରାପ କାମ ବଦଳରେ ଭଲ କାମ ମଧ୍ୟ କରାଯାଇପାରିବ। ଏସବୁ କରାନଯାଇ କିଛି ଲୋକ ଖରାପ ରାସ୍ତାରେ ପାଦ ଦେଇ ଟଙ୍କା ରୋଜଗାର କରିବାକୁ ପଛାଉ ନାହାନ୍ତି। ଅର୍ଥ ରୋଜଗାର ପାଇଁ ଦଲାଲମାନେ ଦେହ ବେପାରକୁ ଏକ ଭଲ ଧନ୍ଦା ଭାବୁଛନ୍ତି। ଏଥି ପାଇଁ ଯୁବତୀମାନଙ୍କୁ ସଂଗ୍ରହ କରି ସେକ୍ସ ରାକେଟ ଚଳାଉଥିବା କୁହାଯାଉଛି।
