ଭୁବନେଶ୍ୱର : ରେଡିଓ ଭିତ୍ତିକ କାର୍ଯ୍ୟକ୍ରମରେ କୋରାପୁଟ୍ କଫିକୁ ନେଇ ଚର୍ଚ୍ଚା । ୧୨୭ତମ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରାପୁଟ କଫିକୁ ପ୍ରଶଂସା କହିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସିଏମ୍ କହିଛନ୍ତି, କୋରାପୁଟ କଫିକୁ ମନ୍ କି ବାତରେ ପ୍ରଶଂସା କରିବା ଆମ ପାଇଁ ଗୌରବର ବିଷୟ । କାରଣ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିବିଧ ଜଳବାୟୁ ଓ ଉତ୍କୃଷ୍ଟ ଫସଲ ଉତ୍ପାଦନ ଉପରେ ଚର୍ଚ୍ଚା କରିଛନ୍ତି । କୋରାପୁଟ କଫି, ଆମର ଚାଷୀ ଭାଇ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ନୂଆ ପରିଚୟ ଦେଇଛି । ଏହାର ଟେଷ୍ଟ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ପ୍ରଶଂସା ସାଉଁଟୁଛି । ରବିବାର, ଏକ କପ୍ ପ୍ରସ୍ତୁତ କରନ୍ତୁ ଏବଂ ନିଜ ପରିବାର ସହିତ କିଛି ଗୁଣାତ୍ମକ ସମୟ ବିତାନ୍ତୁ ମୁଖ୍ୟମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ।
