ମୁମ୍ବାଇ: କମେଡିଆନ କପିଲ ଶର୍ମାଙ୍କ କାନାଡାରେ କ୍ୟାପ୍ସ କାଫେରେ ପୁଣି ଥରେ ଗୁଳିକାଣ୍ଡ ଘଟିଛି। ଏହି ଘଟଣା ସହିତ ଜଡିତ ଏକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଆମର ଜନସାଧାରଣଙ୍କ ପ୍ରତି କୌଣସି ଶତ୍ରୁତା ନାହିଁ । କିନ୍ତୁ ସେମାନେ ଯେଉଁ କାମ କରାନ୍ତି ତାହାର ମୂଲ୍ୟ ଦିଅନ୍ତି ନାହିଁ। ଏହି ପୋଷ୍ଟ ଲାଗି ଗ୍ୟାଙ୍ଗଷ୍ଟର କୁଲବୀର ସିନ୍ଧୁ ଏବଂ ଗୋଲ୍ଡି ଧିଲନ ନିଜକୁ ଦାୟୀ କରିଛନ୍ତି । ଏହା ସହ ସେମାନେ ପୋଷ୍ଟରେ ଲେଖିଛନ୍ତି, ଯେଉଁମାନେ ତାଙ୍କ ଧର୍ମ ବିରୋଧରେ କହୁଛନ୍ତି, ସେମାନେ ମଧ୍ୟ ପ୍ରସ୍ତୁତ ରହିବା ଦରକାର। କାରଣ ଗୁଳି କେଉଁଠି ବି ଚାଲିପାରେ । ଗ୍ୟାଙ୍ଗଷ୍ଟରଙ୍କ ଏଭଳି ଧମକ ପରେ କପିଲ ଶର୍ମାଙ୍କ ମୁମ୍ବାଇସ୍ଥିତ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢ଼ାଇ ଦିଆଯାଇଛି । ଏନଡିଟିଭି ଅନୁଯାୟୀ, କପିଲ ଶର୍ମାଙ୍କ କ୍ୟାପ୍ସ କାଫେରେ ଗୁଳିକାଣ୍ଡର ଭିଡିଓରେ ଏକ ସ୍ୱର ଶୁଣାଯାଉଛି । ବ୍ୟକ୍ତିଜଣକ କହୁଛନ୍ତି, ‘ଆମେ ଟାର୍ଗେଟକୁ ଫୋନ୍ କରିଥିଲୁ । କିନ୍ତୁ ସେ ଜବାବ ଦେଲେ ନାହିଁ । ତେଣୁ ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଲା। ଏହା ପରେ ଯଦି ସେ ଫୋନ୍ର ଘଣ୍ଟି ନଶୁଣନ୍ତି, ତେବେ ଖୁବଶୀଘ୍ର ମୁମ୍ବାଇରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଯୋଗ୍ୟ, ଜୁଲାଇ ୧୦ ତାରିଖରେ ପ୍ରଥମେ କପିଶ ଶର୍ମାଙ୍କ କାନାଡାସ୍ଥିତ କାଫେ ଉପରେ ଗୁଳିମାଡ଼ ହୋଇଥିଲା । ଏଥିରେ କେହି ମୃତାହତ ହୋଇ ନଥିଲେ । କିନ୍ତୁ କାଫେର ଝରକାରେ ୧୦ଟି ଗୁଳି ଚିହ୍ନ ଥିଲା। ଦ୍ୱିତୀୟ ଆକ୍ରମଣ ଅଗଷ୍ଟ ୮ ତାରିଖରେ ହୋଇଥିଲା । କାଫେ ଉପରେ ଅତି କମରେ ୨୫ଟି ଗୁଳିମାଡ଼ କରାଯାଇଥିଲା । ଚାଳନା କରାଯାଇଥିଲା।
