ମୋହନା,୧୪/୧୦ : ଗଜପତି ଜିଲ୍ଲା ମୋହନା ଥାନା କର୍ଚବାଡ଼ି ବ୍ରହ୍ମଣୀଦେଇ ମନ୍ଦିରରେ ମଣିଷ ହାଡ଼ ପଡ଼ିଥିବା ଦେଖିବାକୁ ମିଳିଛି l ମଙ୍ଗଳବାର ସକାଳେ ମନ୍ଦିର ପୂଜାରୀ ପୂଜା କରିବାକୁ ଆସିବାବେଳେ ହାଡ଼ ପଡ଼ିଥିବା ଦେଖିଥିଲେ l ମନ୍ଦିର ଆଗରେ ଥିବା ସିଂହ ମୂର୍ତ୍ତି ତଳେ ଗୋଟିଏ ହାଡ଼ ଖଣ୍ଡ ପଡ଼ିଥିବା ଦେଖି ପୂଜାରୀ ଗ୍ରାମବାସୀଙ୍କୁ ଜଣାଇଥିଲେ l ଗ୍ରାମବାସୀ ମନ୍ଦିରରେ ପହଞ୍ଚି ଦେଖିବା ସହ ମୋହନା ଥାନା ପୁଲିସକୁ ଖବର ଦେଇଥିଲେ l ପୋଲିସ ପହଞ୍ଚି ହାଡ଼ ଜବତ କରିବା ସହ ତଦନ୍ତ କରୁଛି l ପଡ଼ିଥିବା ହାଡ଼ଟି କୌଣସି ଛୋଟ ପିଲାର ହାତର ହାଡ଼ ବୋଲି ଅନୁମାନ କରୁଛି ପୋଲିସ l ହାଡ଼ରେ ଗୋଟିଏ ନା ଲେଖା ହୋଇଥିବାବେଳେ କିଏ ଓ କାହିଁକି ମନ୍ଦିରରେ ହାଡ଼ ପକାଇଛି ସେ ନେଇ ତଦନ୍ତ କରୁଛି ପୁଲିସ l
