ଭୁବନେଶ୍ବର(ସିଂ.ପ୍ର): ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ75ହଜାରରୁ ଅଧିକ ଚାରା ରୋପଣ କରାଯାଇଛି। ରାଜ୍ୟ ସରକାରଙ୍କ ଏକ ପେଡ୍ ମା କେ ନାମ୍ 2.0 ଅଭିଯାନରେ କେବଳ ଓଡ଼ିଶାରେ 55ହଜାର ଚାରା ରୋପଣ କରାଯାଇଛି। ଫାଉଣ୍ଡେସନ୍ ପକ୍ଷରୁ ଜିନ୍ଦଲ ଷ୍ଟିଲ୍ର ପ୍ରମୁଖ କାର୍ଯ୍ୟସ୍ଥଳ ଅନୁଗୁଳ, ବଡ଼ବିଲ, ଟେନ୍ସା, କାଶିଆର ପାରିପାର୍ଶ୍ବିକ ଅ*ଳରେ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଅନୁଗୁଳର 43 ହଜାର ଚାରା ରୋପଣ କରାଯାଇଥିଲା। ଅନୁଗୁଳର ଅତିରିଚ୍ଛ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମହାନ୍ତି, ଉପଜିଲ୍ଲାପାଳ ମାୟାଧର ବେହେରା, ତହସିଲଦାର ସୁଶାନ୍ତ ମିଶ୍ର, ଜିନ୍ଦଲ ଷ୍ଟିଲ୍ର ଅନୁଗୁଳ ପ୍ଲା[ ମୁଖ୍ୟ ପଙ୍କଜ କୁମାର ମହ୍ଲାନ୍, ପ୍ରେସିଡେ[ ଏବଂ ଗ୍ରୁପ୍ ହେଡ୍ ସିଏସ୍ଆର ପ୍ରଶାନ୍ତ ହୋତା, ଇଭିପି ଆଶିଷ ପାଣ୍ଡେ, ଇଭିପି ପ୍ରସନ୍ନ ପଣ୍ଡା ଓ ଭାଇସ୍ ପ୍ରେସିଡେ[ ଏସ୍କେ ଶର୍ମାଙ୍କ ସମେତ ସିଡିଏଇ ଉମାଶଙ୍କର ମିଶ୍ର, ନାବାର୍ଡର ଡିଡିଏମ୍ ଆଶୁତୋଷ ରଏ ପ୍ରମୁଖ ସେଥିରେ ଅଂଶଗ୍ରହଣ କରିଥିଲେ। ବଡ଼ବିଲରେ 12ହଜାରରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା। ସେଥିରେ କ୍ଲଷ୍ଟର ମୁଖ୍ୟ (ବିକେଟିଆର୍) ପ୍ରମୋଦ କୁମାର ପାତ୍ର, ବଡ଼ବିଲ ପେଲେଟ ପ୍ଲା[ ୟୁନିଟ୍ ହେଡ୍ ପୁରୁଷୋନ୍ନମ ଏମ୍ଡିଓ ଟେନ୍ସା ୟୁନିଟ୍ ହେଡ୍ ଆର୍ଏସ୍ ରଘୁବଂଶୀ ସାମିଲ ହୋଇଥିଲେ।
