ନୂଆପଡ଼ା : ନୂଆପଡ଼ା ବିଧାନସଭା ସିଟ୍ ଖାଲି, ପ୍ରକାଶ ପାଇଲା ବିଜ୍ଞପ୍ତି। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ଦେହାନ୍ତ ପରେ ନୂଆପଡ଼ା ବିଧାନସଭା ଆସନ ଖାଲି ରହିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାନୁଯାୟୀ, ରାଜେନ୍ଦ୍ର ଢୋଲକିଆ ୨୦୦୪, ୨୦୦୯, ୨୦୧୯ ଓ ୨୦୨୪ରେ ନୂଆପଡ଼ା ଆସନରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଥରେ ସ୍ଵାଧୀନରେ ଓ ୩ ଥର ବିଜେଡି ଟିକଟରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ସେ ବିଜେଡିର ଜଣେ ତୁଙ୍ଗ ନେତା ଥିଲେ । ଦୀର୍ଘଦିନର ଅସୁସ୍ଥତା ପାଇଁ ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୮ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଧାୟକ ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ଆସନ ଖାଲି ପଡ଼ିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
