ନୂଆଦିଲ୍ଲୀ : ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରେ ଏବେ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ଫଟୋ, ସ୍ୱର ଏବଂ ନାମ ବିନା ଅନୁମତିରେ ବ୍ୟବହାର ଉପରେ ରୋକ ଲଗାନ୍ତୁ। କୋର୍ଟ ଅଭିଷେକ ବଚ୍ଚନଙ୍କ ପକ୍ଷରୁ ଉପସ୍ଥିତ ଓକିଲଙ୍କୁ ସମ୍ପୃକ୍ତ URL ର ସୂଚନା ଉପସ୍ଥାପନ କରିବାକୁ କହିଛନ୍ତି, ଯାହା ଦ୍ଵାରା ଗୁଗୁଲକୁ ଏହାକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇପାରିବ। ଖାଲି ଅଭିଷେକ ନୁହଁନ୍ତି, ମଙ୍ଗଳବାର ଦିନ, ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ଦାବି କରି ଏକ ଆବେଦନ ଦାଖଲ କରିଥିଲେ। ଆବେଦନରେ କୁହାଯାଇଛି ଯେ ତାଙ୍କର କିଛି ଅନ୍ତରଙ୍ଗ ଫଟୋ, ଯାହା ସମ୍ପୂର୍ଣ୍ଣ ଅବାସ୍ତବ, କଫି ମଗ୍ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରିବା ପାଇଁ ବ୍ୟବହାର କରାଯାଇଛି। ସେ କହିଛନ୍ତି ଯେ ଯେଉଁ ସ୍କ୍ରିନସଟ୍ଗୁଡ଼ିକରେ ଫଟୋଗୁଡ଼ିକୁ ବିକୃତ କରାଯାଇଛି, ତାହା କେବେବି ଐଶ୍ୱର୍ଯ୍ୟା ରାୟଙ୍କର ନୁହେଁ। ଏଗୁଡ଼ିକ ସବୁ AI ଦ୍ୱାରା ଜେନେରେଟେଡ୍।
