ନୂଆଦିଲ୍ଲୀ: ଦେଶବାସୀଙ୍କୁ ପୂଜା ଭେଟି ଦେଇଛନ୍ତି ମୋଦୀ ସରକାର । ଦୀପାବଳି ଭେଟି ଦେବା ସହ ଜିଏସଟି ହାର କମାଇ ଜୀବନଯାପନ ପ୍ରଣାଳୀକୁ ସରଳ କରି ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ଯେଉଁଥିରେ ସାଧାରଣ ଜନତାଙ୍କୁ ଅଧିକ ଫାଇଦା ମିଳିବାକୁ ଥିବା ବେଳେ ଚାଷୀଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗୀଙ୍କ ଯାଏଁ ଏବଂ ଘର ନିର୍ମାଣ ଠାରୁ ଆରମ୍ଭ କରି ବ୍ୟବସାୟ ଯାଏଁ ସବୁ କ୍ଷେତ୍ରରେ, ସମସ୍ତଙ୍କ ମୁହଁରେ ଖୁସି ଖେଳିଯାଇଛି । ଜିଏସଟି କାଉନସିଲର ୫୬ତମ ବୈଠକରେ ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି । ଜିଏସଟିରେ ଥିବା ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଛି । ଦିଥାକିଆ କରି ଏହା ବଦଳରେ ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି । ଯାହା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବା ସହ ବିଳାସପୂର୍ଣ୍ଣ ସାମଗ୍ରୀ ଏବଂ ହାନିକାରକ ଦ୍ରବ୍ୟ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ । ସେପ୍ଟେମ୍ବର ୨୨ ତାରିଖରୁ ନିର୍ଦ୍ଧାରିତ ଜିଏସଟି ଲାଗୁ ହେବାକୁ ଥିବା ବେଳେ ଜାଣନ୍ତୁ ଜିଏସି- ୨.୦ ପରେ କଣ ହେଲା ହେବ ଶସ୍ତା, କଣ ହେବ ମହଙ୍ଗା ? କେଉଁଥିଲେ ଲାଗିବ କେତେ ଜିଏସଟି ?
